ପ୍ରଚାର ଗାଡ଼ି ଧକ୍କାରେ ଛାତ୍ର ଆହତ

ସାହାଜପ।ଲ : ବିଜେଡିର ଏକ ପ୍ରଚାର ଗାଡ଼ି ଧକ୍କାରେ କଣ୍ଟାମାଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତାଳସରଡ଼ା ପଞ୍ଚାୟତ କଂକଳା ଗ୍ରାମର ସ୍କୁଲ ଛାତ୍ର ତନୁଜ ବେହେରା(୬) ଆହତ ହୋଇଛନ୍ତି। ଶନିବାର ସକାଳ ୧୦ ଟାରେ ଗାଁ ସ୍କୁଲରୁ ପାଠପଢି ଫେରୁଥିବା ବେଳେ ଗାଁ ମଝିରେ ଉକ୍ତ ଛାତ୍ରଙ୍କୁ ଗାଡ଼ିଟି ଧକ୍କା ଦେଇଥିଲା। ପରିବାର ଲୋକେ ତାଙ୍କୁ ସାହାଜପାଲରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଅଧିକ ଚିକିତ୍ସା ଲାଗି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର