ସେଲ୍‌ଫି ହେଲା କାଳ : ବୈତରଣୀରେ ଭାସିଗଲେ ଛାତ୍ର

ଆନନ୍ଦପୁର : ତାରିଣୀ ଦର୍ଶନ ପାଇଁ ଘଟଗାଁ ଆସିଥିଲେ ତିନି ସାଙ୍ଗ। ଫେରିବା ବାଟରେ ଆନନ୍ଦପୁର ବୈତରଣୀ ବ୍ୟାରେଜ୍‌ରେ ସେଲ୍‌ଫି ନେବାବେଳେ ଘଟିଲା ଅଘଟଣ। ଅସାବଧାନତାରୁ ଭାସିଯାଇ ନିଖୋଜ ହୋଇଗଲେ ଇଂଜିନିୟରିଂ ଛାତ୍ର। ନିଖୋଜ ଛାତ୍ର ହେଉଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅଙ୍ଗାଳୋ ଗ୍ରାମର ଅଞ୍ଚଳର ଲକ୍ଷ୍ମଣ ସାମଲଙ୍କ ପୁଅ ବୈଲୋଚନ ସାମଲ(୨୦)। ସେ କଟକର ଏକ ଇ˚ଜିନିୟରି˚ କଲେଜରେ ପଢ଼ୁଥିଲେ।

ଘଟଣାରୁ ପ୍ରକାଶ ଯେ, ବୈ‌ଲୋଚନ ସାଙ୍ଗଙ୍କ ସହ ତାରିଣୀଙ୍କ ଦର୍ଶନ ସାରି ଫେରିବା ପରେ ଆନନ୍ଦପୁର ବୈତରଣୀ ବ୍ୟାରେଜ୍‌ ତଳକୁ ଗାଧୋଇବାକୁ ଯାଇଥିଲେ। ବୈଲୋଚନ ସେଠାରେ ନିଜର ମୋବାଇଲରେ ସେଲ୍‌ଫି ଉଠାଉଥିବାବେଳେ ଭାସି ଯାଇଥିବା କୁହାଯାଉଛି। ଦମକଳ ବାହିନୀ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଏଯାଏ ଉଦ୍ଧାର କରାଯାଇପାରି ନାହିଁ।

ସମ୍ବନ୍ଧିତ ଖବର