ସମୁଦ୍ରରେ ଛାତ୍ର ନ‌ିଖୋଜ

0

ପୁରୀ : ଆଜି ସମୁଦ୍ରରେ ଗାଧୋଉଥିବାବେଳେ ଜଣେ ଛାତ୍ର ଲହଡ଼ି ମାଡ଼ରେ ନିଖୋଜ ହୋଇଯାଇଛନ୍ତି। ସେ କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଧୂମାତ ଶାସନର ଭାବଗ୍ରାହୀ ଦାଶଙ୍କ ଏକମାତ୍ର ପୁଅ ଭବରଞ୍ଜନ(୨୦) ବୋଲି ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି ଯେ ବାଙ୍କି କଲେଜର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ର ଥିବା ପାରାଦୀପର ସ୍ଥିତିପ୍ରଜ୍ଞ ମଙ୍ଗରାଜ, ଅନୁଗୁଳର ରୀତେଶ ପ୍ରଧାନ ଓ କେନ୍ଦୁଝର ବିଶ୍ବନାଥ ହେମ୍ରମଙ୍କ ସହ ଭବରଞ୍ଜନ ଶୁକ୍ରବାର ପୁରୀ ବୁଲିବାକୁ ଆସିଥିଲେ। ସେମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦିଗବାରେଣୀ ଛକ ନିକଟକୁ ଯାଇ ସେଠାରେ ସମୁଦ୍ରରେ ଗାଧୋଇଥିଲେ। ଏହି ସମୟରେ ହଠାତ ଏକ ଲହଡ଼ି ଆସି ଭବରଞ୍ଜନଙ୍କୁ ସମୁଦ୍ରଗର୍ଭକୁ ଟାଣି ନେଇଥିଲା। ଅନ୍ୟମାନେ ଚିତ୍କାର କରିବାରୁ ସେଠାରେ ଥିବା ଅଗ୍ନିଶମ ବିଭାଗର ଲାଇଫ୍‌ଗାର୍ଡମାନେ ଖୋଜାଖୋଜିରେ ଲାଗିପଡ଼ିଥିଲେ।। ତେବେ ଭବରଞ୍ଜନଙ୍କୁ ପାଇ ନଥିଲେ। ଏହି ଖବର ପାଇ ଭବରଞ୍ଜଙ୍କ ବାପା ଓ ପରିବାର ଲୋକ ପୁରୀରେ ପହଞ୍ଚିଛନ୍ତି। ଭବରଞ୍ଜନଙ୍କ ପିତା ଓ ମାତା ଶିକ୍ଷକତା କରନ୍ତି। ତାଙ୍କର ଦୁଇ ଭଉଣୀ ଅଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.