୮ ବର୍ଷ ହେଲା ସାର୍ଟିଫିକେଟ୍‌ ପାଇନାହାନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ୨୦୦୯-୧୦ରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଏବଂ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିଏସ୍‌ଏସ୍‌ୟୁଟି) ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ପାଇ ନ ଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଅଭିଯୋଗ ମିଳିବା ପରେ ୧୫ ଦିନ ମଧ୍ୟରେ ବିସ୍ତୃତ ତଥ୍ୟ ଦେବାକୁ ବିଭାଗ ପକ୍ଷରୁ ଉଭୟ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୦୯ -୧୦ରୁ ଏପର୍ଯ୍ୟନ୍ତ କେତେ ପରୀକ୍ଷା କରାଯାଇଛି? କେଉଁ ପରୀକ୍ଷାର ଫଳ ବାହାରିଛି? କେତେ ସଂଖ୍ୟକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି? କେଉଁମାନଙ୍କୁ ସାର୍ଟିଫିକେଟ୍‌ ମିଳିଛି ଜଣାଇବାକୁ ବିଭାଗୀୟ ଯୁଗ୍ମ ସଚିବ ଡ. ଅଜୟ କୁମାର ନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର