ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ବଲାଙ୍ଗୀର : ବଲାଙ୍ଗୀର ଇନ୍ଦିରା ନଗର ନିକଟ ଫରେଷ୍ଟ କଲୋନିରେ ରହୁଥିବା ରାଜରାଜ ପରାଭୁଏ ନାମକ ଏକ ନାବାଳକ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ଡିଏଫ୍‌ଓ ଅଫିସ୍‌ରେ ୧୪ ବର୍ଷୀୟ ରାଜରାଜଙ୍କ ବାପା ସଂସାର ପରାଭୁଏ ଚତୁର୍ଥ ଶ୍ରେଣୀ କର୍ମଚାରୀ। ସୋମବାର ଘରଲୋକେ ବିବାହ ଭୋଜି ପାଇଁ ଯାଇଥିବା ବେଳେ ଟାଉନ୍‌ ବାଳକ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ରାଜରାଜ ଘରେ ଫାଶୀ ଲଗାଇ ଦେଇଥିଲେ। ପରିବାର ଲୋକେ ଘରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ପୁଲିସ କି ପରିବାର ଲୋକେ ଆତ୍ମହତ୍ୟାର କାରଣ ସ୍ପଷ୍ଟ କରିପାରୁ ନାହାନ୍ତି। ତେବେ ମୃତ ନାବାଳକ ରାଜରାଜ ହାତରେ ପୁଷ୍ପା ନାଁ ଲେଖା ହୋଇଛି।

ସମ୍ବନ୍ଧିତ ଖବର