ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିର୍ବାଚନ ବାତିଲ

ପିଜି କାଉନ୍‌ସିଲ ଅଫିସ୍‌ରେ ଭଙ୍ଗାରୁଜା, ଛାତ୍ରଙ୍କ ଧାରଣା, ଟାୟାର‌୍‌ ଜାଳି ରାସ୍ତା ଅବରୋଧ, ପୁଲିସ୍‌ର ଲାଠିଚାର୍ଜ

ଗୋପାଳପୁର : ବ୍ୟାପକ ହିଂସା, ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣା ପରେ ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା କରାଯାଇଛି। କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାଶଙ୍କ ବାସଭବନରେ ଆଜି ରାତିରେ ବିଶ୍ୱବିଦ୍ୟାଳୟ ନିର୍ବାଚନ କମିଟିର ଜରୁରୀ ବୈଠକ ବସିଥିଲା। ବୈଠକରେ ନିଷ୍ପତ୍ତି କ୍ରମେ ନିର୍ବାଚନକୁ ବାତିଲ ଘୋଷଣା କରା ଯାଇଥିବା କମିଟି ସଦସ୍ୟ ପ୍ରଫେସର କାଳୀ ଚରଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସାଇନ୍-ଏ-ଡାଇ ଘୋଷଣା ସଂପର୍କରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଭଞ୍ଜବିହାରରେ ଆଜି ସ˚ଧୢାରେ ପ୍ରାକ୍‌ ଛାତ୍ର ସ˚ସଦ ନିର୍ବାଚନୀ ଅଶାନ୍ତି ଉଗ୍ରରୂପ ନେଇଥିଲା। ଛାତ୍ର ସ˚ସଦ ସାଧାରଣ ସମ୍ପାଦକ ପଦରେ ନାମାଙ୍କନ ଦାଖଲ କରିବା ପରେ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥିତ୍ବ ନାକଚ ହେବା ଘୋଷଣା ପରେ ତାଙ୍କ ସମର୍ଥକ ଗୋଷ୍ଠୀ ବିଶ୍ବବିଦ୍ୟାଳୟ ପିଜି କାଉନ୍‌ସିଲ ଅଫିସ୍‌ରେ ହଙ୍ଗାମା କରିଛନ୍ତି। ଅଫିସ୍ ଭିତରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅନ୍ୟପକ୍ଷରେ ଯାଞ୍ଚ ବେଳେ ସଂପୃକ୍ତ ଛାତ୍ରଙ୍କ ଅପରାଧ ରେକର୍ଡ଼ ଥିବା ଜଣା ପଡ଼ିବାରୁ ଉକ୍ତ ଛାତ୍ରଙ୍କ ଷ୍ଟୁଡେଣ୍ଡସିପ୍ ମଧ୍ୟ ଅବୈଧ କରା ଯାଇଥିବା ଆଜି ସନ୍ଧ୍ୟାରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେପଟେ ବିଶ୍ବବିଦ୍ୟାଳୟ ର୍କତ୍ତୃପକ୍ଷ ମନମୁଖୀ ଭାବେ ସମ୍ପୃକ୍ତ ଛାତ୍ର ଅଜିତ କୁମାର ସ୍ବାଇଁଙ୍କ ପ୍ରାର୍ଥିତ୍ବ ନାକଚ କରିଥିବା ଅଭିଯୋଗ କରି ତାଙ୍କ ସମର୍ଥକ ଗୋଷ୍ଠୀ ନିର୍ବାଚନ ବାତିଲ କରିବାକୁ ଦାବି କରିଛନ୍ତି। ଛାତ୍ର ଗୋଷ୍ଠୀ ପିଜି କାଉନ୍‌ସିଲ ଅଫିସ୍‌ ସମ୍ମୁଖ ରାସ୍ତାରେ ଟାୟାର‌୍‌ ଜାଳି ବିରୋଧ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି। ଖବର ଲେଖାଯିବା ସୁଦ୍ଧା ଛାତ୍ର ଗୋଷ୍ଠୀ କୁଳପତିଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିବା ସହିତ ନିର୍ବାଚନକୁ ବାତିଲ କରିବାକୁ ଦାବି କରିଛନ୍ତି। କ୍ୟାମ୍ପସରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ, ଏଏସ୍ପି ଶାନ୍ତନୁ ଦାଶ ଓ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ଅଛନ୍ତି।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ର ସ˚ସଦ ନିର୍ବାଚନ ପାଇଁ ଗତକାଲି ପ୍ରଭିଜନାଲ୍‌ ଲିଷ୍ଟ ପ୍ରକାଶ ପାଇଥିଲା। ଆଜି ବିଶ୍ବବିଦ୍ୟାଳୟ ତରଫରୁ ଫାଇନାଲ୍‌ ତାଲିକା ପ୍ରକାଶ କରାଯାଇଥିଲା। ସାଧାରଣ ସମ୍ପାଦକ ପଦ ପାଇଁ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ ଛାତ୍ର ଅଜିତ ଓ ଅନ୍ୟ ଏକ ବିଭାଗର ଗଗନ ବିହାରୀ ପାଳଙ୍କ ନାଁ ପ୍ରଭିଜନାଲ୍‌ ଲିଷ୍ଟରେ ଥିଲା। ତେବେ ଆଜି ପ୍ରକାଶ ପାଇଥିବା ଫାଇନାଲ୍‌ ତାଲିକାରେ ଅଜିତଙ୍କ ନାଁ ନଥିଲା। ଯାହାକୁ ନେଇ ତାଙ୍କର ସମର୍ଥକ ଗୋଷ୍ଠୀ ମଧୢ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଅଜିତଙ୍କ ନାଁରେ ଅପରାଧ ମାମଲା ରହିଥିବାରୁ ତାଙ୍କ ନାଁ ବାଦ୍‌ ଦିଆଗଲା ବୋଲି ପିଜି କାଉନ୍‌ସିଲ ଅଧୢକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ କହିଥିଲେ। କିନ୍ତୁ ସମର୍ଥକ ଗୋଷ୍ଠୀ ଏହାକୁ ଗ୍ରହଣ କରି ନଥିଲେ। ସ˚ଧୢାରେ ସମର୍ଥକ ଗୋଷ୍ଠୀ ପିଜି କାଉନ୍‌ସିଲ ଅଫିସ୍‌ ସମ୍ମୁଖରେ ଧାରଣାରେ ବସି ଅଜିତଙ୍କ ପ୍ରାର୍ଥିତ୍ବ କାଏମ ରଖିବା ପାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର