ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ, ହେବ ପ୍ରତିନିଧି ଚୟନ

ଭୁବନେଶ୍ୱର: ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ସନ୍ଦେହ ଉପୁଜିଛି। ଏ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି, ନିର୍ବାଚନ ନ କରି ଛାତ୍ର ପ୍ରତିନିଧି ମନୋନୀତ କରାଯିବ। ଯେଉଁଠି ଛାତ୍ର ସଂସଦ ଆବଶ୍ୟକ ସେଇଠି ଛାତ୍ର ପ୍ରତିନିଧି ମନୋନୟନ କରାଯିବ।

ଛାତ୍ର-ଛାତ୍ରୀଙ୍କର ବୃହତ୍‌ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗାମୀ ଦିନରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରୁଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଯଦି କାମ କରିବ ତା’ ହେଲେ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜ୍‌ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଶିକ୍ଷା ବର୍ଷ ୨୦୧୯-୨୦ରେ ହେବ ନାହିଁ।

ସୂଚନାଯୋଗ୍ୟ ବିଗତ କିଛି ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ସମୟରେ ଶିକ୍ଷା ପରିସରଗୁଡ଼ିକରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇଛି। ନିର୍ବାଚନକୁ ନେଇ ଗୋଷ୍ଠୀକନ୍ଦଳ ଦେଖାଯାଉଥିବା ବେଳେ ଅନେକ ସ୍ଥାନରେ ଛାତ୍ରମାନେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରୁଛନ୍ତି। ଫଳରେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ସାଇନ୍‌-ଏ-ଡାଏ ଘୋଷଣା କରିବାକୁ ପଡୁଛି। ମାସ ମାସ ଧରି ଶିକ୍ଷାଦାନ ପ୍ରଭାବିତ ହେଉଛି।

ସମ୍ବନ୍ଧିତ ଖବର