ଦେବଗଡ଼ କଲେଜ ପୂର୍ବ ଛାତ୍ର ସଂସଦ ସଭାପତିଙ୍କ ଗଳିତ ଶବ ଉଦ୍ଧାର

ଦେବଗଡ଼ : ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ଖଡ଼ିଆ ସାହିର ଏକ ଘରୁ ଶୁକ୍ରବାର ସନ୍ଧ୍ୟାରେ ଦେବଗଡ଼ କଲେଜର ପୂର୍ବ ଛାତ୍ର ସଂସଦ ସଭାପତି ଏସ୍‌. ଶିବା ଦେଓ (୨୪)ଙ୍କର ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଦେବଗଡ଼ ଥାନା ପୁଲିସ୍‌ ପହଞ୍ଚି ଶବତ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଖଡ଼ିଆ ସାହିରେ ପରିବାର ସହ ରହୁଥିଲେ ଏସ୍‌. ଶିବା ଦେଓ। ତେବେ କିଛି ଦିନ ହେଲା ପରିବାର ଲୋକେ କୌଣସି କାର୍ଯ୍ୟରେ ଦେବଗଡ଼ ବାହାରକୁ ଯାଇଥିବା ବେଳେ ଶିବା ଘରେ ଏକୁଟିଆ ଥିଲେ। ମାତ୍ର ଶୁକ୍ରବାର ସନ୍ଧ୍ୟାରେ ଘରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀ ସନ୍ଦେହ କରି ଥାନାକୁ ସୂଚନା ଦେଇଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର