କପି ଦାବିରେ ହଙ୍ଗାମା : ପରୀକ୍ଷାର୍ଥୀ-ପୁଲିସ୍‌ ମୁହାଁମୁହିଁ

କେନ୍ଦ୍ରାପଡ଼ା : ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀମାନେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ବଳଦେବ ହାଇସ୍କୁଲ କେନ୍ଦ୍ରରେ କପି କରିବା ଦାବିରେ ହଙ୍ଗାମା କରିଛନ୍ତି। ଆଜି ଗଣିତ ପରୀକ୍ଷା ଥିବା ବେଳେ ପରୀକ୍ଷାରେ କପି ଆରମ୍ଭ ହୋଇଥିଲା। ପରୀକ୍ଷାକେନ୍ଦ୍ରରେ ଉପସ୍ଥିତ ଶିକ୍ଷକମାନେ କପି ଧରିବାରୁ ପରୀକ୍ଷାର୍ଥୀମାନେ ବିରୋଧ କରିଥିଲେ। ଫେଲ୍‌ କଲେ ପରିଣାମ ଭୟାବହ ହେବ, କପି କରିବୁ ବୋଲି ଫର୍ମ ପୂରଣ ବେଳେ ଟଙ୍କା ଜମା ଦେଇଛୁ ବୋଲି ସେମାନେ ପାଟିତୁଣ୍ଡ କରିଥିଲେ। ମାଲ୍‌ପ୍ରାକ୍ଟିସ୍‌ ରିପୋର୍ଟ କରିବାକୁ ଉଦ୍ୟମ ବେଳେ କେବଳ ମାର୍ଶାଘାଇ ହାଇସ୍କୁଲରୁ ଆସିଥିବା ୧୨ ଜଣ ପରୀକ୍ଷାର୍ଥୀ ଉତ୍ତର ଖାତା ଧରି ପରୀକ୍ଷା କେନ୍ଦ୍ର ବାହାରକୁ ଚାଲି ଆସିଥିଲେ। ଏହି ସମୟରେ ଗଣ୍ଡଗୋଳ ଆଶଙ୍କା କରି ଉପସ୍ଥିତ ପୁଲିସ୍‌ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁପସ୍ଥିତିରେ ବିଇଓ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ ଥିଲେ। କପି କରିବାକୁ ଅର୍ଥ ଆଦାୟ ଅଭିଯୋଗ ସମ୍ପର୍କରେ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର