ପରୀକ୍ଷାରେ କମ୍‌ ନମ୍ବର ପାଇଁ ଛାତ୍ରଙ୍କ ଆତ୍ମହତ୍ୟା

ବିଂଝାରପୁର/ସିଂହପୁର : +୨ ପରୀକ୍ଷାରେ ଆଶାଜନକ ଫଳାଫଳ ନ ମିଳିବାରୁ ମାନସିକ ଭାରସାମ୍ୟ ହରାଇ ଆଜି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରଜଣକ ବିଂଝାରପୁର ବ୍ଲକ୍‌ ଓଳେଇଚନ୍ଦନପୁର ପଞ୍ଚାୟତ ଅନ୍ତର୍ଗତ କଣଛନ୍ଦା ଗ୍ରାମର ବିଧାନ ଦାସଙ୍କ ପୁଅ ଦିଲ୍ଲୀପ ଦାସ। ସେ ଯାଜପୁରସ୍ଥିତ ନୃସିଂହ ଚରଣ ମହାବିଦ୍ୟାଳୟରେ +୨ ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେ ପ୍ରଥମ ଶ୍ରେଣୀରେ ପାସ୍‌ କରିବେ ବୋଲି ଆଶା କରିଥିଲେ। ତେବେ ଦିଲ୍ଲୀପ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ମାନସିକ ଭାରସାମ୍ୟ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର