ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରୀ

ଭୁବନେଶ୍ୱର: ରାମାଦେବୀ ବିଶ୍ୱବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ବଜାୟ ରଖିବା ଦାବିରେ ଆଜି ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଶହଶହ ସଂଖ୍ୟାରେ ଛାତ୍ରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ସେମାନଙ୍କ ପ୍ରତିବାଦ ଜଣାଇଛନ୍ତି। ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରକୁ ଅଧ୍ୟାପକ, ଅଧ୍ୟାପିକା କିମ୍ବା କୌଣସି କର୍ମଚାରୀଙ୍କୁ ଯିବାକୁ ନ ଦେଇ ଫାଟକ ସମ୍ମୁଖରେ ରାସ୍ତା ଉପରେ ବସି ରହିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାଶୁଝା କରୁଛି।

ସମ୍ବନ୍ଧିତ ଖବର