ରାତି ପାହିଲେ ୭୧ତମ ସ୍ୱାଧୀନତା ଦିବସ, ଏଥର ପରେଡରେ ଭାଗ ନେବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାତି ପାହିଲେ ଭାରତ ୭୧ତମ ସ୍ୱାଧୀନତା ଦିବସ ପାଳନ କରିବ। ଏଥି ପାଇଁ ଦେଶର ଗାଁରୁ ସହର ପର୍ଯ୍ୟନ୍ତ ଜାତୀୟତା ପ୍ରୀତି ଦେଖାଯାଇଥିବା ବେଳେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। ଛାତ୍ରଛାତ୍ରୀମାନେ ବୁଧବାର ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ପରେଡରେ ଭାଗ ନେଇ ପାରିବେ ନାହିଁ। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ରାଜ୍ୟର ସମସ୍ତ ଆରଡିସି ଓ ଜିଲ୍ଲାପାଳଙ୍କୁ ମଙ୍ଗଳବାର ଏଭଳି ନିର୍ଦ୍ଦେଶନାମ ଜାରି କରିଛନ୍ତି।

ମିିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ପରେଡରେ ସାମିଲ କରା ନଯିବା ପାଇଁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ଜାରି କରିଛନ୍ତି। ଘଡଘଡ଼ି, ବର୍ଷା ଓ ବଜ୍ରପାତ ଆଶଙ୍କା କରି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ଜାରି କରିଛନ୍ତି। ସ୍ୱାଧୀନତା ଦିବସରେ କେବଳ ପୁଲିସ ଓ ପାରାମିଲିଟାରୀ ଭାବ ନେବେ ବୋଲି ସମସ୍ତ ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଓ ଜିଲ୍ଲାପାଳମାନଙ୍କୁ ନୋଟିସ ଜାରି କରାଯାଇଛି।

ସ୍ୱାଧୀନତା ଦିବସର ଅବସରରେ ପରେଡରେ ଭାଗ ନେବେ ବୋଲି ପିଲାମାନେ ଦୀର୍ଘ ଏକ ମାସ ହେବ ପ୍ରସ୍ତୁତିରେ ଥିଲେ। ଏଥି ପାଇଁ ପୋଶାକ ପତ୍ର ସଫା କରି ସାରିଥିଲେ କିନ୍ତୁ ଗୋଟିଏ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପରେଡରୁ ନିବୃତ୍ତ ରହିବାକୁ ଆଦେଶ ଜାରି ହେବା ପରେ ମନରେ ଅସନ୍ତୋଷ ଦେଖାଯାଇଛି।

ସମ୍ବନ୍ଧିତ ଖବର