କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି : ଅଧ୍ୟାପକ ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

କୋରାପୁଟ : ଅଧ୍ୟାପକ ନାହାନ୍ତି। ଫଳରେ ପାଠପଢା ହୋଇପାରୁନି। ତେଣୁ ତୁରନ୍ତ ଅଧ୍ୟାପକ ନିଯୁକ୍ତ ଦାବିରେ ଆଜି ସୁନାବେଡାସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ସୂଚନା ଅନୁସାରେ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି। କିଛି ବିଭାଗରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି। ଫଳରେ ପାଠପଢା ଠିକ୍‌ ଭାବେ ହୋଇପାରୁନି। ବାରମ୍ବାର ଏ ନେଇ ଅଭିଯୋଗ କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଉନାହାନ୍ତି। ଫଳରେ କୁହୁଳୁଥିବା ଛାତ୍ର ଅଶାନ୍ତି ଆଜି ରାସ୍ତାକୁ ଆସିଛି। ସୁନାବେଡାସ୍ଥିତ ମୁଖ୍ୟ କ୍ୟାମ୍ପସରେ ଥିବା ସଂସ୍କୃତ ଓ ଏମ୍‌ବିଏ ବିଭାଗର ଶ୍ରେଣୀ ଗୃହରେ ତାଲା ପକାଇବା ସହ ୮ ଦଫା ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି।

କୁଳପତି ପ୍ରଫେସର ଶରତ କୁମାର ପାଳିତଙ୍କ ଅନୁପସ୍ଥିତରେ କୁଳସଚିବ ଅସିତ କୁମାର ଦାସ ଛାତ୍ରଛାତ୍ରୀଙ୍କ ସହ ଆଲୋଚନ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନି।

ସମ୍ବନ୍ଧିତ ଖବର