କମେଣ୍ଟ୍‌ ମାରିବାରୁ ଛାତ୍ରଙ୍କୁ ରାସ୍ତାରେ ଆଣ୍ଠେଇ ଚଲେଇବା ଭିଡିଓ ଭାଇରାଲ, ୩ ଗିରଫ

ଖଲ୍ଲିକୋଟ : କମେଣ୍ଟ ମାରିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବଜାରରେ ବୁଧବାର ଜଣେ ଯୁକ୍ତ ୨ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରଙ୍କୁ ସାଙ୍ଗରେ ଡାକି ନେଇ ନିସ୍ତୁକ ମାଡ଼ ମାରିଲେ। ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଚଲାଇଲେ। ଏହାର ଭିଡିଓ ଭାଇରାଲ୍‌ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ରଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ପରେ ଖଲ୍ଲିକୋଟ ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ବାଦପଲ୍ଲୀ ପଂଚାୟତ ମରେଇନୂଆଗାଁର ଏହି ଛାତ୍ର ଖଲ୍ଲିକୋଟରେ ଭଡ଼ାରେ ରହି ଆର୍‌ସିଏମ୍‌ କଲେଜରେ ପାଠ ପଢ଼ୁଥିଲେ। କିଛି ଦିନ ତଳେ ସେ ଜଣେ ଛାତ୍ରୀଙ୍କୁ କମେଣ୍ଟ୍‌ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ସେହି ଅଭିଯୋଗରେ ଛାତ୍ରୀଙ୍କ ସମ୍ପର୍କୀୟମାନେ ବୁଧବାର ଦିନ ତାଙ୍କୁ ଡାକି ନେଇ ନିସ୍ତୁକ ମାଡ଼ ମାରିବା ପରେ ବିଚ୍‌ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଚଲାଇଲେ। ଏହି ଭିଡିଓ ଆଜି ଭାଇରାଲ୍‌ ହେବା ପରେ ଛାତ୍ରଙ୍କ ବାପା ଏବଂ ଗ୍ରାମବାସୀ ଖଲ୍ଲିକୋଟ ଥାନାରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ।

ସମ୍ବନ୍ଧିତ ଖବର