ପୁରୀ: ଶ୍ରୀମନ୍ଦିର ଆଇନ୍ ସଂଶୋଧନ ପାଇଁ ସବ୍ କମିଟି ଗଠନ ହେବ। ଶ୍ରୀମନ୍ଦିର ଆଇନ୍ ସଂଶୋଧନ ସଂପର୍କରେ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା କେମିତି ସଂଶୋଧନ କରାଯିବ, ସେ ନିଷ୍ପତ୍ତି ସବ୍ କମିଟି ନିଷ୍ପତ୍ତି ନେବ। ବୈଠକରେ ବଂଶାନୁକ୍ରମିକ ସେବା ଉଚ୍ଛେଦ ଉପରେ ଆଲୋଚନା ହୋଇଛି। ଏହି ପରଂପରା ଭବିଷ୍ୟତରେ ଉଚ୍ଛେଦ ନ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ବଂଶାନୁକ୍ରମିକ ପରଂପରା ସେବା ଉଚ୍ଛେଦ ନ କରାଯିବା ପାଇଁ କମିଟି ସଦସ୍ୟ ଦାବି କରିଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନର ସୁପ୍ରିମକୋର୍ଟ ଆଇନଜୀବୀ ସଂଜୟ ଦାସ ଏହି ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମନ୍ଦିର ସଂସ୍କାର ନେଇ ଶ୍ରୀନଅରରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଆମିକସ୍ କ୍ୟୁରିଙ୍କ ସହ ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି, ତିନିଟି କ୍ଷେତ୍ରରେ ମୁଳତଃ ସଂସ୍କାର ଆବଶ୍ୟକତା ରହିଛି। ପ୍ରଶାସନିକ, ସେବକ ସଂପର୍କିତ ଏବଂ ଧାର୍ମିକ ସଂସ୍କାର ଜରୁରୀ ଅଛି। ଏହି ୩ କ୍ଷେତ୍ରରେ ଦୃଷ୍ଟି ଦେବାକୁ ଆମିକସ୍ କ୍ୟୁରିଙ୍କୁ କହିଛି ବୋଲି ଗଜପତି କହିଛନ୍ତି। ଶ୍ରୀମନ୍ଦିର ସଂସ୍କାର ନିହାତି ଅପରିହାର୍ଯ୍ୟ। ବର୍ଷ ୧୯୬୦ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେଇଥିଲେ ବୋଲି ଗଜପତି କହିଛନ୍ତି। ସରକାର ଶ୍ରୀମନ୍ଦିର ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଶେଷ ଧ୍ୟାନ ଦେଉ ନାହାନ୍ତି।