ଅକ୍ଟୋବରରେ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ

ବାଲେଶ୍ୱର : ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପକୁ ଏବେ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଆସନ୍ତା ଅକ୍ଟୋବର ମାସରେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ସହ ସେହି ମାସଠାରୁ ହିଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ଏ ନେଇ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବରିଷ୍ଠ ଅଧିକାରୀ, ପରିବହନ ମନ୍ତ୍ରୀ ନୃସି˚ହ ସାହୁ, ବାଲେଶ୍ୱର ସା˚ସଦ ଇ˚. ରବୀନ୍ଦ୍ର କୁମାର ଜେନା, ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଏସ୍‌ପି ବି. ଯୁଗଳ କିଶୋର, ଚେନ୍ନାଇର କ୍ରିଏଟିଭ ପୋର୍ଟ ପ୍ରାଇଭେଟ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ରମଣୀ ରଂଜନ, ଟାଟା ଷ୍ଟିଲର ଅଂଜନୀ କାନ୍ତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର