ସୁବର୍ଣ୍ଣରେଖା ବାଲି ଉତ୍ତୋଳନ ମାମଲାର ଶୁଣାଣି

ଜଳେଶ୍ୱର : ଏନ୍‌ଜିଟି (ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌)ରେ ଆଜି ସୁବର୍ଣ୍ଣରେଖା ବାଲି ଚାଲାଣ ମାମଲାର ଶୁଣାଣି କରାଯାଇଛି। ଏନ୍‌ଜିଟିର କୋଲକାତା ବେଞ୍ଚ୍‌ରୁ ଦିଲ୍ଲୀର ପ୍ରିନି୍ସପାଲ ବେଞ୍ଚ୍‌କୁ ସ୍ଥାନାନ୍ତର ହେବା ପରେ ମାମଲାର ଆଜି ପ୍ରଥମ ଶୁଣାଣି ଥିଲା। ତେବେ, ଆବେଦନକାରୀଙ୍କ ପକ୍ଷରୁ ଓକିଲମାନେ ନିଜ ପକ୍ଷ ରଖିଥିଲେ ହେଁ ପଶ୍ଚିମବଙ୍ଗ ନିଜ ପକ୍ଷ ରଖିବାକୁ ଅଧିକ ସମୟ ମାଗିଥିବା ଜଣାପଡ଼ିଛି। ଫଳରେ ଏନ୍‌ଜିଟି ପକ୍ଷରୁ ମାମଲାର ପରବର୍ତୀ ଶୁଣାଣି ପାଇଁ ଜୁଲାଇ ୩ ତାରିଖକୁ ଧାର୍ଯ୍ୟ କରାଯାଇଛି। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କୋଲକାତାରେ ଏନ୍‌ଜିଟିର ସିଙ୍ଗଲ୍‌ ବେଞ୍ଚ୍‌ ଥିବାରୁ ମୂଳ ଆବେଦନକାରୀ ସୁଦର୍ଶନ ଦାସଙ୍କ ଆବେଦନ ପରେ ପ୍ରାୟ ୩ ମାସ ତଳେ ଦିଲ୍ଲୀର ଏହି ପ୍ରିନ୍ସିପାଲ ବେଞ୍ଚ୍‌ ମାମଲାକୁ ଗ୍ରହଣ କରିଥିଲେ। ପ୍ରଥମ ଶୁଣାଣି ପାଇଁ ଆଜିର ଦିବସକୁ ଧାର୍ଯ୍ୟ କରାଯାଇଥିବାବେଳେ ଆବେଦନକାରୀଙ୍କ ଦୁଇ ଓକିଲ ଋତ୍ତିକ ଦତ୍ତ ଓ ରାହୁଲ ଚୌଧୁରୀ ସେମାନଙ୍କ ପକ୍ଷ ରଖିଥିଲେ।

ସମ୍ବନ୍ଧିତ ଖବର