ବେକରେ ଫାଶୀ ଲଗାଇ ଯୁବକଙ୍କ ମୃତ୍ୟୁ

ଖଡ଼ିଆଳ : ନୂଆପଡା ଜିଲ୍ଲାର ଖଡ଼ିଆଳ ବ୍ଲକ ଜୁନାନୀ ଗ୍ରାମ ପୋଡ଼ପଡାରେ ରହୁଥିବା ମନିଜର ପୋଢ଼ଙ୍କ ପୁଅ ରୂପଧର ପୋଢ଼ (୨୬) ରାତିରେ ଶୌଚ ପାଇଁ ପଦାକୁ ଆସିଥିଲେ ,ହେଲେ ବହୁତ ସମୟ ଘରକୁ ନ ଫେରିବାରୁ ନିଜ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଶେଷରେ ଦେଖିଲେ ନିଜ ଜମିର ସାବୁନ ଗଛରେ ନିଜ ବେକରେ ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।

 

ପରିବାର ଲୋକେ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କଲାପରେ ଖଡ଼ିଆଳ ପୁଲିସ ଶବ ଜବତ କରିଥିଲା । ଏହାପରେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଥିଲା ।

ସମ୍ବନ୍ଧିତ ଖବର

Comments are closed.