ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ : ସୁଧାଂଶୁ ଷଡ଼ଙ୍ଗୀ ନୂଆ ପୁଲିସ କମିସନର

ସତ୍ୟଜିତ୍‌ ମହାନ୍ତିଙ୍କୁ ଜେଲ୍‌ ବିଭାଗକୁ ବଦଳି, ରେଞ୍ଜ୍‌ ଆଇଜି ବଦଳିଲେ, ୧୩ ଏସ୍‌ପି ବି

ଭୁବନେଶ୍ବର : ବରିଷ୍ଠ ଆଇପିଏସ ଅଫିସର ତଥା ରାଜ୍ୟ କ୍ରାଇମ େରକର୍ଡ ବ୍ୟୁରୋ ନିଦେର୍ଶକ ସୁଧାଂଶୁ ଷଡ଼ଙ୍ଗୀ ଦ୍ବୈତନଗରୀ ପୁଲିସ କମିସନର୍‌ ଭାବେ ନିଯୁକ୍ତି ପାଇଛନ୍ତି। ବର୍ତମାନର ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦେଶକ ଜେଲ୍‌ ଭାବେ ବଦଳି କରାଯାଇଛି। ଏଥିସହ ବିଜୟ ଶର୍ମାୀଙ୍କୁ ଡିଜି ଭାବେ ନିଯୁକ୍ତି ଦେବା ପରେ ରାଜ୍ୟ ସରକାର ତାଙ୍କ ପାଇଁ ନୂଆ ଟିମ୍‌ ଗଠନ କରିଛନ୍ତି ଓ ଏହି କ୍ରମରେ ଆଇପିଏସ୍‌ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତ ଫାଇଲରେ ଅନୁମୋଦନ ଦେବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେଲ୍‌ ଦାୟିତ୍ବରେ ଥିବା ଏଡିଜି ମହେନ୍ଦ୍ର ପ୍ରତାପଙ୍କୁ ରାଜ୍ୟ ପ୍ରିଣ୍ଟିଂ ପ୍ରେସ ଓ ‌ ଷ୍ଟେସନାରି ନିର୍ଦେଶକ ଭାବେ କଟକକୁ ବଦଳି କରାଯାଇଛି। ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ଅତିରିକ୍ତ ଡିଜି ସଂଜୀବ ପଣ୍ଡା ପରିବହନ କମିସନର ଭାବେ ନିଯୁକ୍ତି ପାଇଛନ୍ତି। ଅପରେସନ ଦାୟିତ୍ବରେ ଥିବା ଅତିରିକ୍ତ ଡିଜିଙ୍କୁ ଆରପି କୋଚେଙ୍କୁ ଶ୍ରୀ ପଣ୍ଡାଙ୍କ ସ୍ଥାନରେ ଆଇନଶୃଙ୍ଖଳା ଦାୟିତ୍ବ ମିଳିଛି। ଆଇଜି ରାଜେଶ କୁମାରଙ୍କୁ ରାଜ୍ୟ ଅପରାଧ ବ୍ୟୁରୋ ନିର୍ଦେଶକ ପଦ‌କୁ ବଦଳି କରାଯାଇଛି। ଆଇପିଏସ ଅଫିସର ଆଶିଷ କୁମାର ସିଂହଙ୍କୁ କେନ୍ଦ୍ରାଞ୍ଚଳ ରେଞ୍ଚ ଡିଆଇଜି, ଏଚଆରପିସିରେ ଥିବା ଏସସି/ଏସଟି ସେଲ ଦାୟିତ୍ବରେ ଥିବା ଦୀ‌ପ୍ତେଶ ପଟ୍ଟନାୟକଙ୍କୁ ପଦୋନ୍ନତି ଦିଆଯାଇ ପୂର୍ବାଞ୍ଚଳ ରେଞ୍ଜ ଆଇଜି ଭାବେ ବାଲେଶ୍ବରରେ ଅବସ୍ଥାପିତ କରାଯାଇଛି। ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ବ୍ରହ୍ମପୁର ରେଞ୍ଜକୁ ବଦଳି କରାଯାଇଛି। ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ହିମାଂଶୁ ଲାଲ ଶ୍ରୀ େଭାଇଙ୍କ ସ୍ଥାନରେ ଉତ୍ତରାଞ୍ଚଳ େରଂଜ ଦାୟିତ୍ବ ନିର୍ବାହ କରିବେ। ଅନ୍ୟପକ୍ଷରେ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ଥିବା ଡିଆଇଜି ସଫିନ ଅହମ୍ମଦଙ୍କୁ ଶ୍ରୀ ଲାଲଙ୍କ ସ୍ଥାନରେ କୋରାପୁଟ ବଦଳି କରାଯାଇଛି। ପୂର୍ବାଞ୍ଚଳ ରେଞ୍ଜ୍‌ ଦାୟିତ୍ବରେ ଥିବା ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ କ୍ରାଇମବ୍ରାଞ୍ଚ, କେନ୍ଦ୍ରା‌ଞ୍ଚଳ ରେଞ୍ଜ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆଇଜି ପର୍ସୋନେଲ୍‌ ଭାବେ ନୂଆ ନିଯୁକ୍ତି ମିଳିଛି। ଏସଆଇଡବ୍ଲ୍ୟୁ ଦାୟିତ୍ବରେ ଥିବା ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ଇଓଡବ୍ଲ୍ୟୁ, ଛୁଟିରୁ ଫେରିବା ପରେ ଏନ୍‌ବି ଭାରତୀଙ୍କୁ ଏଚଆରପିସି ଓ ଅମିତାଭ ଠାକୁରଙ୍କୁ ଆଇଜି ଅପରେସନ୍‌ ଭାବେ ସରକାର ନୂଆ ନିଯୁକ୍ତି ଦେଇଛନ୍ତି। ଆଇଜି ପର୍ସୋନେଲ୍‌ ଦାୟିତ୍ବରେ ଥିବା ପିଏସ ରଣପିସେଙ୍କୁ ଭିଜିଲାନ୍ସ ଦାୟିତ୍ବ ମିଳିଛି। ଆଇଜି ରେଖା ଲୋହାନିଙ୍କୁ ପୁଲିସ ଆଧୁନିକୀକରଣ, ଆଇଜି ଅସିତ ପାଣିଗ୍ରାହୀଙ୍କୁ ହୋମଗାର୍ଡ ଓ ଅଗ୍ନିଶମ ଦାୟିତ୍ବରେ ରଖାଯାଇଛି। ବ୍ରହ୍ମୁପର ରେଞ୍ଜ ଦାୟିତ୍ବରେ ଥିବା ଯତୀନ୍ଦ୍ର କୋଏଲଙ୍କୁ ରାଜ୍ୟ ସଶସ୍ତ୍ର ପୁଲିସ ଆଇଜି, ଅନିରୁଦ୍ଧ କୁମାର ସିଂହଙ୍କୁ ଏସଆଇଡବ୍ଲ୍ୟୁ ଡିଆଇଜି ଦାୟିତ୍ବରେ ରଖାଯାଇଛି। ଜୟନାରାୟଣ ପଙ୍କଜଙ୍କୁ ସ୍ପେଶାଲ୍ ଟାସ୍କଫୋର୍ସ ଡିଆଇଜିଭାବେ ବଦଳି କରାଯାଇଛି।

ରାଜ୍ୟସରକାର ଏସ୍‌ପି ସ୍ତର‌‌ରେ ମଧ୍ୟ ଏକ ବଡ଼ଧରଣର ପରିବର୍ତନ କରିଛନ୍ତି। ମୁକେଶ କୁମାର ଭାମଙ୍କୁ କୋରାପୁଟ ଏସ୍‌ପି ଦାୟିତ୍ବ ଦିଆଯାଇଛି। ନୂଆପଡ଼ା ଏସ୍‌ପି ଦାୟିତ୍ବରେ ଭୀନୀତ ଅଗ୍ରୱାଲ କାର୍ଯ୍ୟ କରିବେ। ସାଗରିକା ନାଥଙ୍କୁ ପୁଲିସ କମିସନରେଟରେ ଟ୍ରାଫିକ ଡିସିପି ଭାବେ ବଦଳି କରାଯାଇଛି। ଡ. କନୱର ବିଶାଲ ସିଂ ସମ୍ବଲପୁର ଏସପି, ଅବନିଶ କୁମାର ଇଓଡବ୍ଲ୍ୟୁ ଏସ୍‌ପି, ଖିଲାରି ରିଶିକେଶ ଜ୍ଞାନଦେଓ ମାଲକାନାଗିରି ଏସ୍‌ପି ଦାୟିତ୍ବ ତୁଲାଇବେ। ପଦ୍ମିନୀ ସାହୁଙ୍କୁ ବରଗଡ଼ ଏସ୍‌ପି ଭାବେ ବଦଳି କରାଯାଇଛି। ଓଡ଼ିଶା ପୁଲିସ ସେବା ଅଧିକାରୀ ଅଜୟ ପ୍ରତାପ ସ୍ବାଇଁ ଖୋର୍ଧା ଏସ୍‌ପି ଭାବେ କାର୍ଯ୍ୟ କରିବେ। ତ୍ରିନାଥ ପଟେଲଙ୍କୁ ରାଉରକେଲା ରେଳବାଇ ପୁଲିସ ଏସ୍‌ପି ଦାୟିତ୍ବ ତୁଲାଇବେ। ଆଇପିଏସ୍‌ ଅଫିସର ସୁଧାଶୁ ଶେଖର ମିଶ୍ରଙ୍କୁ ଏସ୍‌ପି କ୍ରାଇମବ୍ରାଞ୍ଚ ଭାବେ କଟକ ବଦଳି କରାଯାଇଥିବାବେଳେ ଆର୍‌ ପ୍ରକାଶଙ୍କୁ ଜଗତସିଂହପୁର, ୱାଇ ରଘୁନାଥ ରାଓଙ୍କୁ ବୌଦ୍ଧ, ଜଗମୋହନ ମୀନାଙ୍କୁ ଅନୁଗୁଳ, କେ. ଶିବା ସୁବ୍ରମଣିଙ୍କୁ ରାଉରକେଲା, ମିତ୍ରଭାନୁ ମହାପାତ୍ରଙ୍କୁ କେନ୍ଦୁଝର, ସାର୍ଥକ ଷଡ଼ଙ୍ଗୀଙ୍କୁ ଭୁବନେଶ୍ବର ଭିଜିଲାନ୍ସ ଏସ୍‌ପି ଓ ଏମ୍‌ ସନ୍ଦୀପ ସମ୍ପତ୍ତଙ୍କୁ ବଲାଙ୍ଗୀର, ସ୍ମିତ୍‌ ପି ପରମାରଙ୍କୁ ମୟୂରଭଞ୍ଜ ଏସ୍‌ପି ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି।

ସମ୍ବନ୍ଧିତ ଖବର