ବିଷ ପିଇ ଆତ୍ମହତ୍ୟା ଉଦ୍ୟମର ଭିଡିଓ ଭାଇରାଲ୍‌

କେନ୍ଦ୍ରାପଡା : ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ତାହାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ସେ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି।

ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ମାର୍ଶାଘାଇ ବ୍ଲକ କଳାବାଡ଼ ଗ୍ରାମର ଶିବାନନ୍ଦ ଦାସ। ଗତକାଲି ଦିନ ୧୧ଟା ବେଳେ ଗାଁ ନିକଟ ଏକ ବିଲରେ ଲାଇଭ୍‌ ଭିଡ଼ିଓ ଜରିଆରେ ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ଗୁରୁତର ଅବସ୍ଥାରେ ଶିବାନନ୍ଦଙ୍କୁ କଟକର ଏକ ଘରୋଇ ନର୍ସି˚ହୋମରେ ଭର୍ତ୍ତି କରାଯାଇଛି। ଏହି ଭିଡ଼ିଓଟି ଏବେ ଭାଇରାଲ୍‌ ହୋଇଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଶିବାନନ୍ଦ କୌଣସି ଏକ ଥଣ୍ତା ପାନୀୟରେ ଏକ କୀଟନାଶକ ମିଶାଇ ପିଇବା ପରେ ମିଠା ଖାଉଛନ୍ତି।

ନିଜର ପ୍ରଚାର ପାଇଁ ଯୁବକ ଜଣକ ଏପରି କରିଥିବା କେତେକ କହୁଥିବା ବେଳେ ଆଉ କେତେକ ପ୍ରେମଜନିତ କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କହୁଛନ୍ତି। ତେବେ ଏ ନେଇ ଶିବାନନ୍ଦଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।

ସମ୍ବନ୍ଧିତ ଖବର