ବିଜେପିରେ ମିଶିଲେ ସୁକାନ୍ତ ନାୟକ, କେ ନାରାୟଣ ରାଓ; ବହୁ ଦକ୍ଷିଣ ନେତା ବି ଯୋଗଦେଲେ

ବିଜେପିରେ ମିଶିଲେ ଗିରିଧର ପତି

ଭୁବ‌େନଶ୍ବର : ବିଜେଡିରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଉଭୟ ନେତା ତାଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେପି‌େର ସାମିଲ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହି ଉଭୟଙ୍କୁ ସ୍ବାଗତ କରିଥିଲେ।

ଶ୍ରୀ ରାଓଙ୍କ ସହ ବହୁ ଦକ୍ଷିଣ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥି‌ଲେ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଯୁବନେତା ଅଶ୍ବିନୀ କୁମାର ସାହୁ ବି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥି‌ଲେ। ଶ୍ରୀ ରାଓ କହିଥିଲେ, କଂଗ୍ରେସ ଗଡ଼ ଭାବେ ପରିଚିତ ଗଜପତି ଜିଲ୍ଲାରେ ବିଜେଡିର ସଂଗଠନ ପାଇଁ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିଲୁ। କିନ୍ତୁ କିଛି ବ୍ୟକ୍ତିବିଶେଷଙ୍କ ପାଇଁ ମୋତେ ଅଗ୍ରାହ୍ୟ କରିଦେଲେ। ଦଳରେ ଆଉ ଗଣତନ୍ତ୍ର ବୋଲି କିଛି ନାହିଁ। ଚାଟୁକାର, ତୋଷାମଦି ଓ କିଛି ସ୍ବାର୍ଥପର ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ବିଜେଡିରେ ରହି କାର୍ଯ୍ୟ କରିବା ସମ୍ଭବ ନୁହେଁ। ଅନ୍ୟ ପଟେ ମୋଦୀ ଓ ଶାହଙ୍କ ‌ନୀତି ଓ ନେତୃତ୍ବରେ ଆକୃଷ୍ଟ ହୋଇ ନିଜ ଅଞ୍ଚଳ ତଥା ରାଜ୍ୟ ପାଇଁ କାମ କରିବାକୁ ବିଜେପିରେ ଯୋଗଦାନ କରିଛି।

ବିଜେପିରେ ମିଶିଲେ ଗିରିଧର ପତି

ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଗିରିଧର ପତି ଆଜି ବିଜେପିରେ ମିଶିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା କେ.ଭି ସିଂହଦେଓ ପ୍ରମୁଖ ଶ୍ରୀ ପତିଙ୍କୁ ଟୋପି, ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ।

ଶ୍ରୀ ପତି ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଅଞ୍ଚଳରୁ ୨ଥର ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ପତି ପୂର୍ବରୁ କଂଗ୍ରେସ୍‌ ଟିକେଟରେ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ଲୋୟର ସୁକତେଲ ଜଳପ୍ରକଳ୍ପ ବିସ୍ଥାପିତଙ୍କ ଥଇଥାନ ପାଇଁ କଂଗ୍ରେସ ଦଳର ଆନ୍ତରିକତା ଅଭାବ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଞ୍ଚଳବା‌ସୀଙ୍କୁ ପ୍ରବଞ୍ଚନା ଆଦି କାରଣରୁ ସେ କଂଗ୍ରେସ ଦଳ ଛାଡ଼ିଲେ ବୋଲି ‌କହିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନୀତିରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ୍‌ ହୋଇଛନ୍ତି ବୋଲି ଶ୍ରୀ ପତି କହି

ସମ୍ବନ୍ଧିତ ଖବର