ଅପରେସନ ‘ପ୍ରତିଶୋଧ’ : ସିବିଆଇ ତାଲିକାରେ ୧୨ ନେତା ଓ ଅଫିସର

ଲକ୍ଷ୍ମୀଦତ୍ତ ମାମଲାରେ ବିଜେପିର ବଡ଼ ମୁଣ୍ଡକୁ ନଜର, କେହି ପାଇ ନାହାନ୍ତି, କୁଆଡେ ଗଲା ସମନ? ନବୀନ-ମୋଦୀ ସମ୍ପର୍କର ତୀର ମାରିଲା କଂଗ୍ରେସ

ଭୁବନେଶ୍ବର : ଜଣେ କି ଦୁଇଜଣ ନୁେହଁ, ପୂରା ୧୨ଜଣଙ୍କ ତାଲିକା ପ୍ରସ୍ତୁତ େହାଇଛି। ଏଥିରେ ଶାସକ ଦଳର େନତା ଅଛନ୍ତି, କିଛି ସରକାରୀ ଅଫିସର ବି। ନିର୍ବାଚନ ପୂର୍ବରୁ ଏମାନଙ୍କୁ ଡକାଯାଇ ଚିଟଫଣ୍ଡ ମାମଲାରେ ଘଣ୍ଟାଯିବ। ସିବିଆଇ ପକ୍ଷରୁ ଏ େନଇ ପ୍ରସ୍ତୁତି ଆରମ୍ଭ େହାଇଥିବା ସୂଚନା ମିଳିଛି। ଉପରୁ ନିେର୍ଦଶ ମିଳିବା ମାେତ୍ର େନାଟିସ ଜାରି େହାଇପାରେ। ଗତକାଲି ବିେଜଡିର ଦୁଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ େନାଟିସ କରାଯିବା ପରେ ଏମିତି ଚର୍ଚ୍ଚା େଜାର ଧରିଛି। ଏହାକୁ େନଇ ଶାସକ ଦଳ ଓ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି େହଲାଣି। କାହାକୁ ଡକାଯିବ, େସ େନଇ କଳ୍ପନାଜଳ୍ପନା େଜାର ଧରିଛି। ପୂର୍ବରୁ େଯଉଁମାନଙ୍କୁ ସିବିଆଇ ଡାକି ଛାଡି େଦଇଥିଲା, େସମାନଙ୍କୁ ଆଉଥରେ ସମନ କରାଯିବ ନା ନୂଆ େନତା ତାଲିକାକୁ ଆସିବେ, ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ େହାଇଗଲାଣି।

ତେବେ ମିଳିଥିବା ସୂଚନା ଅନୁସାରେ ୭ ନେତା ଓ ୫ ଅଫିସର ରହିଥିବା କୁହାଯାଉଛି। ନେତାମାନଙ୍କ ନାମ ପ୍ରକାଶ କରାଯାଉ ନଥିଲେ ମଧ୍ୟ ସେମାନେ କ୍ଷମତାସୀନ ବିଜେଡିର ବଡ଼ ବଡ଼ କାର୍ପଟଦାର ଥିବା କୁହାଯାଉଛି।

ଅନ୍ୟପଟରେ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ େକନ୍ଦ୍ରରୁ ଷଡ଼ଯନ୍ତ୍ର ଚାଲିଥିବା ଗନ୍ଧ ବାରି ରାଜ୍ୟ ସରକାର ବି ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବହୁଚର୍ଚ୍ଚିତ ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ଛନ୍ଦି ହେବାକୁ ଯାଉଛନ୍ତି। ଗତକାଲି ଗଂଜାମ ପୋଲିସ ବିଜେପିର ଦୁଇ ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ କରିଥିବା ବେଳେ ଆଉ କିଛି ଟାଣୁଆ ନେତା ଏହି ମାମଲାରେ ଟାଣି ହେବେ ବୋଲି ଚର୍ଚ୍ଚା େଜାର ଧରିଲାଣି। ଏପରିକି ସିବିଆଇ ଯଦି ଅଧିକ କଠୋର ହୁଏ, ତେବେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ସୁରକ୍ଷା ଦେବାକୁ ଯାଇ ଦଳର ଜଣେ ବଡ ମୁଣ୍ଡଙ୍କୁ ପୋଲିସ ଜାଲରେ ଛନ୍ଦି ଦିଆଯାଇପାରେ ବୋଲି ଆେଲାଚନା େଜାର ଧରିଲାଣି।

େଗାଟିଏ ପଟେ ଉଭୟ ବିେଜଡି-ବିେଜପି େନତାଙ୍କୁ େହାଇଥିବା ସମନକୁ େନଇ ବିବାଦ ସୃଷ୍ଟି େହାଇଛି। ଉଭୟ ଶିବିର ସମନ ପହଞ୍ଚିନଥିବା ଦାବି କରିଛନ୍ତି। ଏମିତି ସମୟରେ ନିର୍ବାଚନ ପୂର୍ବରୁ ପରସ୍ପର ପରସ୍ପରକୁ ମାତ୍ େଦବା ଲାଗି େଯଉଁ କୌଣଳ ଆପଣାଇଛନ୍ତି, ତାହା ରାଜ୍ୟ ରାଜନୀତିକୁ ସରଗରମ କଲାଣି।

ମିଳିଥିବା ସୂଚନା ଅନୁସାରେ, ୨୦୧୭ ସେପ୍ଟେମ୍ବର ମାସରେ ଲକ୍ଷ୍ମୀଦତ୍ତଙ୍କୁ ସଂଗଠିତ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୂର୍ବରୁ ଥରେ ଗୋଲକଙ୍କୁ ଛତ୍ରପୁର ପୁଲିସ ଦୀର୍ଘ ୫ଘଣ୍ଟା ଧରି ଜେରା କରିଥିଲା। ତେବେ ପ୍ରଥମ ଥର ପାଇଁ ଭୃଗୁଙ୍କୁ େନାଟିସ କରାଯାଇଛି।

ବହୁଚର୍ଚ୍ଚିତ ଏହି ହତ୍ୟା ଘଟଣାରେ ପୁଲିସ ପ୍ରଥମେ ୮ଜଣ ଏବଂ ପରେ ଆଉ ୮ ଜଣଙ୍କୁ ଗିରଫ କରିଥିଲା। ତେବେ ଉତ୍ତରାଖଣ୍ଡର ଏକ ଗେଷ୍ଟହାଉସରୁ ଗଂଜାମ ଜିଲ୍ଲା ବିଜେପି ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀଙ୍କୁ ଗିରଫ କରାଯିବା ପରେ ମାମଲାଟି ନାଟକୀୟ େମାଡ଼ େନଇଥିଲା। କୃଷ୍ଣଚନ୍ଦ୍ର ଓ ଦୁର୍ଯୋଧନ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ ବୋଲି ପୋଲିସ ସେ ସମୟରେ ସୂଚନା ଦେଇଥିଲା ଓ ଏମାନଙ୍କ ବୟାନ ଆଧାରରେ ଗୋଲକ ମହାପାତ୍ରଙ୍କୁ ପୋଲିସ ଜେରା କରିଥିଲା। ଏବେ ପୁଣି ଥରେ ଏହି ମାମଲାର ତଦନ୍ତ ତ୍ବରାନ୍ବିତ କରି ପୁଲିସ କାହାକୁ ଭିଡିବାକୁ ଚାହୁଁଛି, ତାହାକୁ େନଇ ବିଭିନ୍ନ ମହଲରେ ଉତ୍ସୁକତା ପ୍ରକାଶ ପାଇଲାଣି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ବିେଜପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଛାଡିବାର କିଛି କ୍ଷଣ ପରେ େଫରିଥିଲା ଚିଟଫଣ୍ଡ ପ୍ରସଙ୍ଗ। ଏହି େକଳେଙ୍କାରୀ ଘଟଣାରେ ସିବିଆଇ ସମନ ଜାରି କଲା େବାଲି ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଓଡ଼ିଶାରେ କମ୍ପନ ସୃଷ୍ଟି େହାଇଥିଲା। କୁହାଗଲା, ଦୁଇ ପୂର୍ବତନ ମନ୍ତ୍ରୀ ତଥା ବିେଜଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ହାଜର େହବା ଲାଗି ସମନ କରାଯାଇଛି। ମିଳିଥିବା ସୂଚନା ମୁତାବକ, ୨୮ ତାରିଖରେ ହାଜର େହବା ଲାଗି ଅରୁଣଙ୍କୁ େନାଟିସ ଜାରି କରାଯାଇଥିଲା ଓ ଆଜି ବୁଧବାର ଅର୍ଥାତ୍ ୩୦ତାରିଖରେ ଅତନୁ ସିବିଆଇ ସାମ୍ନାରେ ହାଜର େହବା କଥା। େହଲେ ବାସ୍ତବତା େହଲା, କେହି ବି ହାଜର ହେଲେନି। ବରଂ ବିେଜଡି ଗଣମାଧ୍ୟମକୁ କହିଛି, ସମନ ପହଞ୍ଚିନି। ଡାକରେ ଆସୁଥାଇପାେର। ଉଭୟ ଅରୁଣ ଓ ଅତନୁ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ େଖାଲିନାହାନ୍ତି।

ଏହି ଘଟଣାର େକଇ ମୁହୂର୍ତ ଯାଇନି, ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସ ବିେଜପିର ବ୍ରହ୍ମପୁର ପ୍ରଭାରୀ େଗାଲକ ମହାପାତ୍ର ଓ ବିେଜପି ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କୁ ହାଜର େହବା ପାଇଁ େନାଟିସ କରିବା କଥା କହିଥିଲା। ଉଭୟଙ୍କୁ ଯଥାକ୍ରମେ େଫବ୍ରୁଆରି ୭ ଓ ୯ ତାରିଖରେ ହାଜର େହବାକୁ କୁହାଯାଇଛି। ହେଲେ ଆଜି ଉଭୟ ବିେଜପି େନତା େସମାନଙ୍କୁ େନାଟିସ କରାଯାଇଥିବା କଥାକୁ ଫାଙ୍କି େଦଇଛନ୍ତି। କହିଛନ୍ତି, େସମାନଙ୍କୁ ଏମିତି କିଛି େନାଟିସ ମିଳିନି।

ଯଦି ବାସ୍ତବତା ଏୟା େବାଲି ସ୍ବୀକାର କରାଯାଏ, ତେବେ ସମନ କୁଆଡେ ଗଲା? କେବେ ମିଳିବ? ଏମିତି କିଛି ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ େହାଇଛି।

ଅନ୍ୟପକ୍ଷରେ ସମନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ଅମିତ ଶାହଙ୍କ ଗସ୍ତ ପୂର୍ବରୁ ସିବିଆଇ ସମନ ଦେବା ନେଇ ରାଜନୀତିର ଗନ୍ଧ ବାରିଛି ବିଜେଡି। ରାଜ୍ୟ ସରକାର ପ୍ରତିଶୋଧ ପରାୟଣ ହୋଇ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ସମନ ଦେଇଥିବା ଅଭିଯୋଗ କରିଛି ବିଜେପି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା େହଲା, ବିଜେଡ଼ି ଓ ବିଜେପି ମଧ୍ୟରେ ଭିତିରି ସମ୍ପର୍କ ରହିଛି େବାଲି ପୁଣି ଦୋହରାଇଛି କଂଗ୍ରେସ। ପ୍ରଦେଶ କେଂଗ୍ରସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କହିଛନ୍ତି, ନିର୍ବାଚନ ପାଖେଇ ଆସୁଥିବା ପରିପ୍ରେକ୍ଷୀରେ ସିବିଆଇର ଏହି ନୋଟିସ୍ ସନ୍ଦେହ ସୃଷ୍ଟି କରୁଛି। ଏହି ଘଟଣାରେ ବହୁ େନତା ଓ ପ୍ରଶାସକ ତଥା ଅନ୍ୟ ବ୍ୟକ୍ତି ସଂପୃକ୍ତ ଅଛନ୍ତି। ହେଲେ େମାଦୀ-ନବୀନଙ୍କ ଭିତିରି ସଂପର୍କ େଯାଗୁଁ ଏହି ସମ୍ବେଦନଶୀଳ ମାମଲାରେ ସିବିଆଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ନିର୍ବାଚନ ପୂର୍ବରୁ ସିବିଆଇର ପଦକ୍ଷେପକୁ ହାଇଡ୍ରାମା େବାଲି ଶ୍ରୀ ପଟ୍ଟନାୟକ ଅଭିହିତ କରିଛନ୍ତି।

ସମ୍ବନ୍ଧିତ ଖବର