ସୁନ୍ଦରଗଡ଼ ବିଧାୟିକା ଉଠ୍‌ବସ୍‌ ଧମକ ଦେବା ଘଟଣା, ସ୍ବତନ୍ତ୍ର ବୈଠକ ଡାକିଲେ ବ୍ଳକ୍‌ ଅଧ୍ୟକ୍ଷା

ହେମଗିର : ବୁଧବାର ଅନୁଷ୍ଠିତ ହେମଗିର ପଞ୍ଚାୟତ ସମିତି ବୈଠକରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ‌େପ୍ରାଟୋକଲ ଉଲ୍ଳଘଂନ ଓ ତାଙ୍କ କଥା ନ ମାନିଲେ ସରକାରୀ କର୍ମଚାରୀମାନଙ୍କୁ ଉଠ୍‌ବସ୍ କରାଇବେ ବୋଲି ଧମକ ଦେବା ଘଟଣାକୁ ନେଇ ଜିଲ୍ଲାର ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏ ନେଇ ହେମଗିରର ଜନପ୍ରତିନିଧିମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଆସନ୍ତା ୨୪ ତାରିଖ ସୋମବାର ଦିନ ପଞ୍ଚାୟତ ସମିତିର ଏକ ସ୍ବତନ୍ତ୍ର ବୈଠକ ଡକାଯାଇଥିବା ଜଣାପଡିଛି। ଏଥିରେ ସମସ୍ତ ଜନପ୍ରତିନିଧି ଉପସ୍ଥିତ ରହିବାକୁ ବ୍ଳକ ଅଧ୍ୟକ୍ଷା ସୁଧାରାଣୀ ରାଉଡିଆ ନୋଟିସ ଜାରି କରିଛନ୍ତି। ଏହି ସ୍ବତନ୍ତ୍ର ବୈଠକରେ ପଞ୍ଚାୟତ ସମିତି ବୈଠକରେ ବିଧାୟିକାଙ୍କର ଆଚରଣ ଓ ବ୍ୟବହାର ଉପରେ ବିଶେଷ ଭାବେ ଆଲୋଚନା କରାଯାଇ ତାଙ୍କ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯିବ ବୋଲି ଶୁଣିବାକୁ ମିଳୁଛି।

ଅପରପକ୍ଷରେ ବିଧାୟିକା ଶ୍ରୀମତି ଟେଟେ ‘ଉଠ୍‌ବସ୍’ ଧମକ ପ୍ରସଙ୍ଗରେ ସଫେଇ ଦେଇ କହିଛନ୍ତି, ‘‘ମୁଁ ଯେମିତି ପୂର୍ବରୁ ଜନସାଧାରଣ ଉନ୍ନତି ଓ ମଙ୍ଗଳ ପାଇଁ ଦିନରାତି ଉଠ୍‌ବସ୍‌ ହୋଇ କାମ କରୁଥିଲି, ଏବେ ଜନସାଧାରଣ ମତେ ନିଜ ଜନପ୍ରତିନିଧି ଭାବେ ବାଛିବା ପରେ ଆଗକୁ ମୁଁ ସେପରି ଉଠ୍‌ବସ୍‌ ହୋଇ କାମ କରିବି। ଦାୟିତ୍ବରେ ଥିବା ସରକାରୀ କର୍ମଚାରୀମାନେ ମଧ୍ୟ ଲୋକଙ୍କ ଉନ୍ନତି ଓ ବିକାଶ ପାଇଁ ଉଠ୍‌ବସ୍ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।’

ସମ୍ବନ୍ଧିତ ଖବର