ସୁନ୍ଦରଗଡ ନିର୍ବାଚନୀ ମାମଲା: ବିଧାୟକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଅଧା

କଟକ: ସୁନ୍ଦରଗଡ ବିଧାନସଭା ଆସନକୁ ନେଇ ରୁଜୁ ନିର୍ବାଚନୀ ମାମଲାରେ ଆଜି ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇଛି। ବିଧାୟକ ଯୋଗେଶ ସିଂଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଅମୂଳକ ଓ ଏହି ନିର୍ବାଚନୀ ମାମଲା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ବିଧାୟକଙ୍କ ପକ୍ଷରୁ ଦର୍ଶାଯାଇଛି। ଆଜି ବିଧାୟକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଅଧା ରହିଛି। ଏଠାରେ ସୂଚନା ଯୋଗ୍ୟ ଯେ ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ସିଂଙ୍କ ନିର୍ବାଚନକୁ ଚାଲେଞ୍ଜ କରି ବିଜେପିର ପରାଜିତ ପ୍ରାର୍ଥୀ ସହଦେବ ଖାକା ଓ ଭୋଟର୍‌ ଅଜୟ ପଟେଲ୍‌ଙ୍କ ପକ୍ଷରୁ ରୁଜୁ ଦୁଇ ନିର୍ବାଚନୀ ମାମଲାର ଏକତ୍ର ଶୁଣାଣି ଚାଲିଛି। ଆବେଦନକାରୀ ଶ୍ରୀ ଖାକାଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରଓ୍ଵାଲ ମାମଲା ପରିଚାଳନା କରୁଛନ୍ତି।

 

ସମ୍ବନ୍ଧିତ ଖବର