ବାଘୁଣୀ ସୁନ୍ଦରୀ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ପ୍ରମାଣ ଦେଲା ବନ ବିଭାଗ, ଦେଖାଇଲା ଭିଜୁଆଲ

ଅନୁଗୁଳ : ସାତକୋଶିଆରେ ମହାବଳ ବାଘ ‘ମହାବୀର’ର ମୃତ୍ୟୁ ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ବାଘୁଣୀ ‘ସୁନ୍ଦରୀ’ ବି ଅସୁସ୍ଥ ଥିବା ନେଇ ଚର୍ଚ୍ଚା ଚାଲିଥିଲା। ବାଘୁଣୀ ସୁନ୍ଦରୀର ଅସୁସ୍ଥତା ନେଇ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ବି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ମାତ୍ର, ସୁନ୍ଦରୀ ଅସୁସ୍ଥ ନୁହେଁ, ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ସ୍ପଷ୍ଟ କରିଛି ବନ ବିଭାଗ।

ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ସାତକୋଶିଆ କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ତା। ସେ ଆଜି ଗଣମାଧ୍ୟମକୁ ସଫା ସଫା କହିଛନ୍ତି, ବାଘୁଣୀ ପୂରା ସୁସ୍ଥ ରହିଛି। ରାଇଗୁଡ଼ା ଏନ୍‌କ୍ଲୋଜର ଭିତରେ ସେ ଘୂରି ବୁଲୁଛି। ଶିକାର ବି କରୁଛି। ଏହାର ପ୍ରମାଣ ମଧ୍ୟ ଦେଖାଇଛି ବନ ବିଭାଗ। ବାଘୁଣୀ ସୁନ୍ଦରୀର ଭିଜୁଆଲ ମଧ୍ୟ ଦେଖାଇଛି ବନ ବିଭାଗ।

ସମ୍ବନ୍ଧିତ ଖବର