‘ସୁନ୍ଦରୀ’ ବାଘୁଣୀ ଫେରାଇ ଦିଆଯିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ: ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ୱର : ‘ସୁନ୍ଦରୀ’ ବାଘୁଣୀକୁ ପୁଣି ଥରେ ବାନ୍ଧବଗଡ଼ ଅଭୟାରଣ୍ୟ (ମଧ୍ୟପ୍ରଦେଶ )କୁ ଫେରାଇ ଦିଆଯିବାର କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ରାଜ୍ୟ ଜଙ୍ଗଲ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ସରକାର ଏହି ବ୍ୟାଘ୍ର ପ୍ରକଳ୍ପକୁ ଆହୁରି ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି। ଅନ୍ୟପକ୍ଷରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁନ୍ଦର ବାଘୁଣୀ ମଣିଷ ମାରିବା କଥା ମଣିଷ ମାରିବା କଥା ଏଯାବତ୍‌ ସ୍ପଷ୍ଟ ହୋଇ ପାରି ନାହିଁ। ସବିଶେଷ ତଦନ୍ତ ରିପୋର୍ଟ ଆସିବା ପରେ ଏ ସମ୍ପର୍କରେ ଜଣାପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଲୋକଙ୍କ ସ୍ୱାର୍ଥକୁ ଦେଖି ସରକାର ସବୁ ପ୍ରକାଶ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ସୂଚନାଯୋଗ୍ୟ, ଗୋଟିଏ ମାସ ମଧ୍ୟରେ ‘ସୁନ୍ଦରୀ’ର କାର୍ଯ୍ୟକଳାପରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବନ ବିଭାଗ ଶେଷରେ ଜଙ୍ଗଲରୁ ବାଘୁଣୀକୁ ଫେରାଇ ଆଣିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଆସନ୍ତା ୧୫ ତାରିଖ ସୁଦ୍ଧା ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ପୁଣିଥରେ ବାନ୍ଧବଗଡ଼ ଜଙ୍ଗଲକୁ ଫେରାଇ ନିଆଯିବ ଏଥିପାଇଁ ବାନ୍ଧବଗଡ଼ ଓ ଡେରାଡୁନ୍‌ର ଦୁଇଟି ଟିମ୍‌ ଆସିବ ବୋଲି ଅନୁଗୁଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ଗତକାଲି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର