ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ମିଳିଛି। ଏହି ୪ ଆକ୍ରାନ୍ତଙ୍କ ଭିତରୁ ୩ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ସେମାନେ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଓ ରାଉରକେଲାର ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଣାଯାଇଛି। ଏମାନେ ସମସ୍ତେ ଲକ୍ଷଣବିହୀନ ଥିଲେ ଏବଂ ଗତ ୨୨ ତାରିଖ ଦିନ ସେମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା। ୨୩ ତାରିଖ ଦିନ ସେମାନଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2020/05/rl0-300x300.jpg)
ଏହି ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ମହାରାଷ୍ଟ୍ର, ଜଣେ ଚେନ୍ନାଇ ଫେରନ୍ତା ଓ ଜଣେ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳର ବୋଲି ସୂଚନା ରହିଛି । ଏ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମହିଳାଜଣକ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳର ଏବଂ ଚେନ୍ନାଇ ଫେରନ୍ତା ଜଣକ ଲଠିକଟା ବ୍ଲକର ବୋଲି ଜଣାଯାଇଛି। ତିନି ଜଣ ପୁରୁଷ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସେକ୍ଟର ୧୮ର ଅନ୍ୟ ଜଣେ ଲାଠିକଟା, ତୃତୀୟ ଜଣକ ବିଶ୍ରା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ରହୁଥିଲେ l ଚତୁର୍ଥ ମହିଳା ଆକ୍ରାନ୍ତ ରାଉରକେଲା କଣ୍ଟନମେଣ୍ଟ ଜୋନର l ଏହି ସମସ୍ତ ୪ ଆକ୍ରାନ୍ତଙ୍କୁ ରାଉରକେଲାର ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।
ଆଜିର ଏହି ୪ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୨୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁନ୍ଦରଗଡ଼ ଜିଲ୍ଲାରେ ୧୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/sundargarh-copy.jpg)