ପିଠାରେ ଏବେ ‘ସୁନେତ୍ର’; ଚକ୍ଷୁ ଚିକିତ୍ସା ପାଇଁ ନୂଆ କାର୍ଯ୍ୟକ୍ରମ

ଛାତ୍ରଛାତ୍ରୀଙ୍କୁ ମାଗଣା ଚିକିତ୍ସା, ମାଗଣା ଚଷମା

ଭୁବନେଶ୍ବର: ‘ନିଦାନ’, ‘ନିରାମୟ’ ଓ ‘ସହାୟ’ ପରେ ଉତ୍ତମ ଚକ୍ଷୁ ଚିକିତ୍ସା ଏବଂ ସାର୍ବଜନୀନ ଚକ୍ଷୁ ଯତ୍ନ ପାଇଁ ରାଜ୍ୟ ସରକାରଙ୍କ ନୂଆ କାର୍ଯ୍ୟକ୍ରମ େହଉଛି ‘ସୁନେତ୍ର’। ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। େଯାଜନା ସଂପର୍କରେ ହିତାଧିକାରୀଙ୍କ ସହ ଆେଲାଚନା କରିବା ସହିତ ମାଗଣା ଚଷମା ବଣ୍ଟନ ବି କରାଯାଇଛି। କେବଳ ସେତିକି ନୁହେଁ, ପିଠା ଯୋଜନାରେ ଏହି ସୁନେତ୍ର କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା କହିଲେ, ଗତବର୍ଷ ଅକ୍ଟୋବର ମାସରେ ଏହି ଯୋଜନା ସମ୍ପର୍କରେ େଘାଷଣା କରାଯାଇଥିଲା। ୨୦୨୩ ମସିହା ସୁଦ୍ଧା ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ଉତ୍ତମ ଏବଂ ଉନ୍ନତମାନର ଚକ୍ଷୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ୫ବର୍ଷରେ ଏଥିପାଇଁ ୬୮୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି କାର୍ଯ୍ୟକ୍ରମର ଲାଭ ସବୁ ବର୍ଗର େଲାକ ଉଠାଇପାରିବେ। ରାଜ୍ୟର ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କର ବିଦ୍ୟାଳୟରେ ପ୍ରତିବର୍ଷ ଚକ୍ଷୁ ପରୀକ୍ଷା କରାଯିବ ଓ ଆବଶ୍ୟକ ଚିକିତ୍ସା ମାଗଣାରେ କରାଯିବା ଲାଗି ଏଥିରେ ବ୍ୟବସ୍ଥା ରହିଛି। ଚକ୍ଷୁ ସମସ୍ୟା ଥିଲେ ପିଲାମାନେ ମାଗଣାରେ ଚଷମା ପାଇପାରିବେ। ଜଟିଳ ଚକ୍ଷୁରୋଗ େକ୍ଷତ୍ରରେ ଉପଯୁକ୍ତ ଚିକିତ୍ସା ବି ହସ୍ପିଟାଲରେ ମାଗଣାରେ କରାଯିବ। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ବୟସ୍କଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ମାଗଣାରେ କରାଯିବ ଓ ଚକ୍ଷୁ ପଟ୍ଟଳ ପ୍ରତିେରାପଣ ଏବଂ ଚକ୍ଷୁପଟ୍ଟଳର ଅନ୍ଧତ୍ବ ଚିକିତ୍ସା ବିନାମୂଲ୍ୟରେ ଯୋଗାଇ ଦିଆଯିବ। ରାଜ୍ୟର ସମସ୍ତ ଜନସାଧାରଣ ବର୍ଷକୁ ଅତିକମରେ ଗୋଟିଏ ଥର ଚକ୍ଷୁ ପରୀକ୍ଷା ସମସ୍ତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜଗୁଡ଼ିକରେ ମାଗଣାରେ ପାଇପାରିବେ େବାଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସ୍ବାସ୍ଥ୍ୟ ବିଭାଗ କହିଛି, ଚକ୍ଷୁ ଚିକିତ୍ସା ପାଇଁ କୌଣସି ପ୍ରକାରର କାଗଜପତ୍ର ଦରକାର ହୁଏ ନାହିଁ। ସମସ୍ତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜଗୁଡ଼ିକରେ ଚକ୍ଷୁ ପରୀକ୍ଷା କଲାବେଳେ ପଞ୍ଜୀକରଣ ଏବଂ ଲିପିବଦ୍ଧ କରିବାର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ଭବିଷ୍ୟତରେ ଜଣେ ଚକ୍ଷୁ ରୋଗୀ ନିଜର ପୂର୍ବ ଚିକିତ୍ସା ଉପଦେଶଗୁଡ଼ିକ ସହଜରେ ସବୁଠାରେ ପାଇପାରିବେ ଓ ନିଜ ସୁବିଧା ମୁତାବକ ଆବଶ୍ୟକ ଚକ୍ଷୁ ବିଶେଷଜ୍ଞଙ୍କର ପରାମର୍ଶ ନେଇପାରିବେ। ଚଚଳିତମାସ ଅର୍ଥାତ୍ ଆଜିଠାରୁ ପିଠା ଶିବିରରେ ୧୧୦୬ ପଞ୍ଚାୟତର ୧୯ ହଜାର ୮୧୯ଜଣ ଛାତ୍ରଛାତ୍ରୀ ଏବଂ ୩୮ ହଜାର ୩୦୬ ଜଣ ବୟସ୍କଙ୍କ ସମେତ ମୋଟ ୫୮ ହଜାର ୧୨୫ ଜଣଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯିବ। ଏହି ଅବସରରେ ସୁନେତ୍ର ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ କହିଥିଲେ, ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଜ୍ୟରୁ ଅନ୍ଧତ୍ବ ଦୂରୀକରଣ କରିବା େହଉଛି ସରକାରଙ୍କ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରୁ ଅନ୍ଧତ୍ବ ଅବଶ୍ୟ ଦୂର େହାଇପାରିବ।

ସମ୍ବନ୍ଧିତ ଖବର