ସଂପତ୍ତି ତାଲିକା : ସୁରେଶ ପୂଜାରୀଙ୍କ କୋଟିଏରୁ କମ୍‌

ସୁରେଶ ପୂଜାରୀଙ୍କ ସଂପତ୍ତି ତାଲିକାରେ ବର୍ତ୍ତମାନର ବଜାର ଦର ଅନୁସାରେ ନିଜ ପାଖରେ ୩୪ ଲକ୍ଷ ଟଙ୍କାର ସ୍ଥାବର ସଂପତ୍ତି ଥିବା ଦର୍ଶାଇଛନ୍ତି। ଅସ୍ଥାବର ସଂପତ୍ତି ତାଲିକାରେ ନଗଦ ୬ ଲକ୍ଷ ୧୮ ହଜାର ଟଙ୍କା ରହିଛି। ବିତ୍ତୀୟ ସଂସ୍ଥାର ବିନିଯୋଗକୁ ମିଶାଇ ନିଜ ନାମରେ ୪୮ ଲକ୍ଷ ୬୦ ହଜାର ୩୮୨ ଟଙ୍କା ରହିଛି। ପତ୍ନୀ ପଦ୍ମିନୀ ନାୟକଙ୍କ ପାଖରେ ୫୦ ହଜାର ଟଙ୍କା, ୭୪ ହଜାର ୪୭୯ ଟଙ୍କା ମୂଲ୍ୟର ଏକ ପୁରୁଣା ସ୍କର୍ପିଓ ଅଛି। ପତ୍ନୀଙ୍କ ନାମରେ ୨୦ ଲକ୍ଷ ୬୫ ହଜାର ଟଙ୍କାର ସ୍ଥାବର ସଂପତ୍ତି ରହିଛି। ଏଥିରେ ଯୌଥ ସଂପତ୍ତିରୁ ମିଳିଥିବା ଜମି, ଘର ଅନ୍ତର୍ଭୁକ୍ତ। ତେବେ ନିଜ ନାମରେ କିମ୍ବା ପତ୍ନୀଙ୍କ ନାମରେ କୌଣସି ଋଣ ନଥିବା ସେ ଦର୍ଶାଇଛନ୍ତି। ସୁରେଶ ପୂଜାରୀ ମଧ୍ୟ ତାଙ୍କ ନାମରେ କୌଣସି ଅପରାଧିକ ମାମଲା ନ ଥିବା ଦର୍ଶାଇଛନ୍ତି। ଏହାଛଡ଼ା କୌଣସି ମକଦ୍ଦମାରେ ସେ ଦୋଷୀ ସାବ୍ୟସ୍ତ ହୋଇ ନ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଗତ ନିର୍ବାଚନରେ ବି ସୁରେଶଙ୍କ ମୋଟ ସଂପତ୍ତି ୫୦ ଲକ୍ଷ ଟଙ୍କାରୁ କମ୍‌ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର