ହିଂସା ଛାଡ଼ିଲେ ସମ୍ମାନ ମିଳିବ : ମାଓ ଦମନରେ ଦେଶକୁ ନୂଆ ବାର୍ତା ଦେଲେ ନବୀନ

ଆତ୍ମସମର୍ପଣକାରୀଙ୍କୁ ପାଖରେ ବସି ହକି ଦେଖାଇଲେ, ମୁଖ୍ୟସ୍ରୋତରେ ଅଛୁ, ଏକଥା ଆଜି ଅନୁଭବ ହେଉଛି, ନନ୍ଦନକାନନ ବୁଲିଲେ, ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବେ

ଭୁବନେଶ୍ବର : ଦିନ ଥିଲା ସେମାନେ ପୁଲିସର ନିଦ ହଜାଇ ଦେଉଥିଲେ। ଜଙ୍ଗଲ ମଧ୍ୟରେ ପୁଲିସ ଫୋର୍ସକୁ ଆମ୍ବୁସ କରି ଆଖି ବୁଜା ଗୁଳି ବର୍ଷଣ କରୁଥିଲେ। ଗଣ୍ଡା ଗଣ୍ଡା ପୁଲିସ ଗାଡିକୁ ଟିଫିନ୍ ବୋମା ଲଗାଇ ଉଡାଇ ଦେଇଥିଲେ। ହାତରେ ଥିଲା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର।

ଆଜି କିନ୍ତୁ ସେମାନେ ନିରସ୍ତ୍ର ଥିଲେ, ଆଖିରେ ଆଖିଏ ସ୍ବପ୍ନ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ହାତ ମିଳାଇଥିଲେ। ତାଙ୍କ ପାଖରେ ବସି ବିଶ୍ବକପ୍ ହକି ଖେଳ ଉପଭୋଗ କରିଥିଲେ। ଚାକଚକ୍ୟ ଭରା ରାଜଧାନୀ ଓ ସମାଜର ସବୁ ବର୍ଗର ଲୋକଙ୍କ ନିକଟତର ହେବାକୁ ପର୍ଯ୍ୟାପ୍ତ ସୁେଯାଗ ପାଇଥିଲେ।

ଅନ୍ୟପକ୍ଷରେ ପୁଲିସ ତାଙ୍କୁ ଘେରି ରହିଥିଲା। ପାଦେ ପାଦେ ଜଗିଥିଲା। ହେଲେ ଦମନ ପାଇଁ ନୁହେଁ। ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଫେରାଇ ଆଣିବା ଲାଗି।

ଘଞ୍ଚ ଜଙ୍ଗଲ, ପାହାଡ ପର୍ବତ ଘେରା ଅଞ୍ଚଳ ବାହାେର ବି ବିଶାଳ ଦୁନିଆ ରହିଛି, ବିଶ୍ବାସ ଓ ଭଲପାଇବା ଭିତରେ ଜୀବନର ମଜା କିଛି ସ୍ବତନ୍ତ୍ର, ଅନ୍ୟକୁ ଜିଣିବା ଲାଗି ଗୁଳିେଗାଳା ନୁେହଁ, ବରଂ କିଛି ମଧୁର କଥା, ଆଚରଣ ଓ ଉଚ୍ଚାରଣର ଆବଶ୍ୟକତା ଅଛିସ ଏକଥା ବୁଝାଇ ଦେଉଥିଲା।

ଜଣେ କି ଦୁଇ ଜଣ ନୁହେଁ, ସମାଜର ମୁଖ୍ୟ େସ୍ରାତକୁ େଫରି ଆସିବା ଲାଗି େଗାଡ କାଢିଥିବା ପାଖାପାଖି ୩୦ ମାଓବାଦୀଙ୍କୁ େନଇ ରାଜଧାନୀ କଳିଙ୍ଗ ଷ୍ଟାଡିୟମର ଏ ଦୃଶ୍ୟ ସମଗ୍ର ଭାରତବର୍ଷକୁ ଆଜି ଭିନ୍ନ ଏକ ବାର୍ତା େଦଇଛି। ବିଶ୍ବକପ୍ ହକି େଯମିତି ଓଡ଼ିଶାକୁ ଭାରତ ବର୍ଷରେ ସ୍ବତନ୍ତ୍ର ପରିଚୟ େଦଇଛି, ସବୁଦିନ ପାଇଁ ଉଦାହରଣ େହାଇ ରହିବ, ଠିକ୍ େସମିତି କଳିଙ୍ଗ ଷ୍ଟାଡିୟମର ଏହି ଘଟଣା ଆଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୋକ୍ଷରେ ସଙ୍କେତ େଦଇଛନ୍ତି, ଥରେ ହିଂସା ମାର୍ଗ ଛାଡି ମୁଖ୍ୟ େସ୍ରାତରେ ମାଓବାଦୀ ସାମିଲ େହଲେ, ସମାଜ ଏମିତି ତାଙ୍କୁ ସମ୍ମାନ ଦେବ।

ଦେଶରେ ମାଓମାଦୀଙ୍କ ଦୌରାତ୍ମ୍ୟ ବଢିଚାଲିଥିବା ବେଳେ ଓଡ଼ିଶାର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ହିଂସା ମାର୍ଗ ଛାଡି ସାଧାରଣ ଜୀବନ ଜିଇଁବା ଲାଗି ସାହସ ଖୋଜୁଥିବା ଏହି ଯୁବକ ଯୁବତୀ ଆଜି ସ୍ବୀକାର କରିଛନ୍ତି େଯ ସେମାନେ ସତରେ ମୁଖ୍ୟସ୍ରୋତକୁ େଫରିଛନ୍ତି, ଏକଥା ଆଜି ତାଙ୍କର ଅନୁଭବ େହଉଛି। ଛତିଶଗଡରେ ସରକାର ପତନ ପଛରେ ମାଓବାଦୀଙ୍କ ହିଂସାକାଣ୍ଡ ଜନିତ ଆଇନଶୃଙ୍ଖଳା ପରିସ୍ଥିତି ଏକ କାରଣ େବାଲି ବର୍ଣ୍ଣନା କରାଯାଉଥିବା େବଳେ ଗୁରୁପ୍ରିୟା େସତୁ ଆଳରେ ମାଓ ଅଞ୍ଚଳରେ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ କରିଥିବା ରାଜ୍ୟ ସରକାରଙ୍କର ଆଜିର ପଦକ୍ଷେପ ଏକ ନୂଆ କୌଶଳ େବାଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।

ମାଓ ହିଂସା ଛାଡି ମୁଖ୍ୟ େସ୍ରାତରେ ସାମିଲ େହାଇଥିବା ୩୦ ଜଣ ଯୁବକ ଓ ଯୁବତୀ ଆଜି ସମଗ୍ର ଓଡ଼ିଶାରେ ଚର୍ଚ୍ଚାର େକନ୍ଦ୍ରବିନ୍ଦୁ ସାଜିଛନ୍ତି। ଏମାନଙ୍କ ମଧ୍ୟରେ ୨୦ ଜଣ ମାଲାକାନଗିରି ଜିଲ୍ଲାର ଓ ଅନ୍ୟ ୧୦ ଜଣ କୋରାପୁଟ ଅଞ୍ଚଳର ବାସିନ୍ଦା (୧୬ ଜଣ ଯୁବତୀ ଅଛନ୍ତି)। ଏମାନେ ମୁଖ୍ୟତଃ ଆନ୍ଧ୍ର- ଓଡ଼ିଶା ଜୋନାଲ କମିଟି ପାଇଁ କାମ କରୁଥିଲେ। ଅନେକ ବଡ଼ ବଡ଼ ମାଓ ହିସାଂକାଣ୍ଡରେ ଏମାନଙ୍କର ସଂପୃକ୍ତି ଥିଲା। ସମସ୍ତଙ୍କ ମୁଣ୍ଡ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। କିଛି ଦିନ ତଳେ ଏମାେନ ଆତ୍ମସମର୍ପଣ କରିବା ସହିତ ମୁଖ୍ୟ େସ୍ରାତରେ ସାମିଲ େହାଇଥିଲେ।

ପୂର୍ବତନ କ୍ୟାଡର ମାଓବାଦୀଙ୍କ ସହିତ କଥା େହବା େବଳେ ମୁଖ୍ୟମନ୍ତ୍ରୀ ଶାନ୍ତି ବଜାୟ ପାଇଁ ଉଦ୍ୟମ କରିବାକୁ ଆହ୍ବାନ େଦଇଥିଲେ। ମାଓବାଦୀଙ୍କୁ ମୁଖ୍ୟ େସ୍ରାତକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ବିକାଶୋନ୍ମୁଖୀ, ଲାଭଦାୟକ ଆତ୍ମ ସମର୍ପଣ ଓ ଥଇଥାନ ନୀତି ସଂପର୍କରେ ସୂଚାଇଥିଲେ। ଏଥିସହିତ ରାଜ୍ୟ ସରକାର ବିକାଶ ପାଇଁ େନଉଥିବା ପଦକ୍ଷେପ ସଂପର୍କରେ ମଧ୍ୟ ଜଣାଇଥିଲେ।

ମାଲାକାନାଗିରି ଏସପି ଜଗମୋହନ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆସିଥିବା ଏହି ମାଓବାଦୀମାନେ ଆଜି କଳିଙ୍ଗ ଷ୍ଟାଡିୟମ ପରିସରସ୍ଥ ପୁଲିସ ଫ୍ୟାନ ଭିଲେଜକୁ ଆସିବା େବଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ େଭଟିଥିଲେ। ପୁଲିସ ଫ୍ୟାନ ଭିଜେଲରେ ବୁଲିବା ବେଳେ ଉତ୍ସାହିତ ହୋଇ ପଡ଼ିଥିଲେ। କେତେକ ଯୁବକ ଯୁବତୀ ସେମାନଙ୍କ ଗାଲରେ ଜାତୀୟ ପତାକା ତ୍ରିରଙ୍ଗାର ରଙ୍ଗ ଲଗାଇବାକୁ କହିବାରୁ ଏସପି ତୁରନ୍ତ ତ୍ରିରଙ୍ଗା ଲଗାଇବାକୁ ନି‌ର୍ଦେଶ ଦେଇଥିଲେ। ତୁରନ୍ତ ସମସ୍ତଙ୍କ ଗାଲରେ ତ୍ରିରଙ୍ଗା ପତାକାର ରଙ୍ଗ ଲଗା ଯାଇଥିଲା। ଏହା ସଙ୍କେତ େଦଇଥିଲା ଗଣତନ୍ତ୍ରକୁ େସମାେନ ଭଲ ପାଇବା ଆରମ୍ଭ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଏସପି ଶ୍ରୀ ମୀନା କହିଥିଲେ, ଏମାନେ ଏକଦା କାଲିମେଳା ଦଲମ, ନାରାୟଣପାଟଣା, ନନ୍ଦପୁର, ବୈପାରିଗୁଡା ଅଞ୍ଚଳରେ େବଶ୍ ସକ୍ରିୟ ଥିଲେ। ଏମାନଙ୍କ ମଧ୍ୟରେ ପାର୍ଟି ମେମ୍ବରଠାରୁ ଆରମ୍ଭ କରି ଡିସିଏମ ପାହ୍ୟାର ମାଓବାଦୀ ଅଛନ୍ତି। ମାଓନେତା ରାମକ୍ରିଷ୍ଣା ଓ ଉଦୟ ପାଇଁ ମଧ୍ୟ ଏମାନେ କାମ କରୁଥିଲେ। କିନ୍ତୁ ସେମାନେ ଆତ୍ମସମର୍ପଣ କରିବା‌ ପରେ ମାଲାକାନାଗିରି ପୁଲିସ ପକ୍ଷରୁ ସେମାନଙ୍କୁ ଏମବି-୨ରେ ଥିବା ପୁଲିସ କଲୋନିରେ ରଖାଯାଇଛି। ଟିଭି ଓ ଖବରକାଗଜରେ ଭୁବନେଶ୍ବରରେ ବିଶ୍ବକପ ହକି ଖେଳ ହେଉଥିବା ସୂଚନା ପାଇବା ପରେ ସେମାନେ ଖେଳ ଦେଖାଇବାକୁ ମନ ବଳାଇଥିଲେ। ତେଣୁ ସେମାନଙ୍କୁ ହକି ଖେଳ ଦେଖାଇବାକୁ ଭୁବ‌େନେଶ୍ବର ଅଣାଯାଇଛି। ଆଜି ସକାଳୁ ସେମାନେ ନନ୍ଦନକାନନ ଯାଇଥିଲେ। ଆସନ୍ତାକାଲି ପୁରୀ ଓ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି। ଡଟ୍ େଫଷ୍ଟ ବି ନିଆଯିବ।

ରାମ ମାଡକାମୀ ନାମକ ଜଣେ ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି, ତାଙ୍କା ମୁଣ୍ଡରେ ଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି। ମାଲାକାନଗିରି ଏଲଓଏସ ପାଇଁ ସେ କାମ କରୁଥି‌ଲେ। ସେ କେବେ ବି ଭୁବନେଶ୍ବର ଦେଖି ନ ଥିଲେ। ଜଙ୍ଗଲ ଜଙ୍ଗଲରେ ସେମାନଙ୍କ ଦିନ ରାତି ବିତୁ ଥିଲା। ଆଜି ଭୁବନେଶ୍ବରକୁ ଦେଖିବା ପରେ େସମାନଙ୍କୁ ଖୁସି ଲାଗୁଛି।

ବାଗା ଉରମାମୀ କହିଛନ୍ତି, ଗରିବ ଜନତା ଲଢ଼େଇ ପାଇଁ ଆମକୁ କହି ମାଓବାଦୀ ସଂଗଠନରେ ସାମିଲ କରାଯାଇଥିଲା। କିନ୍ତୁ ପରବର୍ତୀ ସମୟରେ ଆମେ ଜାଣିବାକୁ ପାଇଲୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆମର ରାସ୍ତାଘାଟ, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ଅନେକ ଉନ୍ନତି େହାଇଛି। ତେଣୁ ମାଓବାଦୀ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ େହାଇଛୁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇ କହିଥିଲେ, ଏହି ଅନୁଭୂତି ତାଙ୍କର ସବୁଦିନ ପାଇଁ ମନେ ରହିବ। ହିଂସାମାର୍ଗ ଛାଡିବା ଲାଗି ସରକାରଙ୍କ ଅନୁେରାଧ, ଆତ୍ମ ସମର୍ପଣ କରୁଥିବା ମାଓବାଦୀଙ୍କ ପାଇଁ ସରକାରଙ୍କ ଆକର୍ଷଣୀୟ ପ୍ୟାେକଜ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଛାଡିବା ଲାଗି ସାହସ େଦଇଥିଲା। ସେମାେନ ଏବେ ସାଧାରଣ େଲାକଙ୍କ ଭଳି ଜୀବନ ଜିଇଁବା ଆରମ୍ଭ କରିଛନ୍ତି ଓ ସରକାରଙ୍କ ଆଜିର ଉଦ୍ୟମ ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିପାରେ।

ସମ୍ବନ୍ଧିତ ଖବର