କେନ୍ଦୁଝର: ଟ୍ରକ୍‌ ପଛରେ ଧକ୍କା ଖାଇଲା ବୋଲେରୋ; ଦମ୍ପତି ମୃତ, ଡ୍ରାଇଭର୍‌ ଆହତ

0

କେନ୍ଦୁଝର: ଗୁରୁବାର ସକାଳେ ସଦର ଥାନା ଅନ୍ତର୍ଗତ ୨୧୫ ନମ୍ବର ଜାତୀୟ ରାଜପଥର ପଳାଶପଙ୍ଗା ଛକ ଠାରେ ଗୋଟାଏ ଠିଆ ହୋଇଥିବା ଟ୍ରକ୍‌ ପଛରେ ଗୋଟାଏ ବୋଲେରୋ ଧକ୍କା ଖାଇବାରୁ ପତିପତ୍ନୀଙ୍କର ମୃତ୍ୟୁ ଘଟିଛି ଓ ଡ୍ରାଇଭର ସାଙ୍ଘାତିକ ଆହତ ହୋଇଛନ୍ତି।

ମୃତ ଦମ୍ପତି ହେଉଛନ୍ତି ବଲାଣିଥାନା ବାଲାଗୋଡ଼ ଅଞ୍ଚଳର ୫୦ ବର୍ଷୀୟ ବୀଣାଦେବୀ ମହାକୁଡ଼ ଓ ୫୫ ବର୍ଷିୟ ବଳଭଦ୍ର ମହାକୁଡ଼। ସେମାନେ କଟକର ଏକ ଘରୋଇ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଉକ୍ତ ବୋଲେରୋରେ ଫେରୁଥିଲେ। ସକାଳ ପ୍ରାୟ ୬: ୩୦ ବେଳେ ଘନ କୁହୁଡ଼ି ଘୋଟି ଥିବାରୁ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌ଟିକୁ ବୋଲେରୋ ଡ୍ରାଇଭର୍‌ ଦେଖି ପାରି ନ ଥିଲେ। ଫଳରେ ଟ୍ରକ୍‌ର ପଛପଟେ ବୋଲେରୋ ଖୁବ୍‌ ଯୋର୍‌ରେ ଧକ୍କାର ଖାଇଥିଲା। ଘଟଣାସ୍ଥଳରେ ପତିପତ୍ନୀଙ୍କର ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛି। ଆହତ ଡ୍ରାଇଭର କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.