ଏସ୍‌ସିବିରେ ସ୍ବାଇନ୍ ଫ୍ଲୁ’ରେ ମହିଳା ମୃତ

କଟକ : ଆଜି ଏସ୍‌ସିବିରେ ପୁଣି ସ୍ବାଇନ୍‌ ଫ୍ଲୁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଚଳିତବର୍ଷ ଆଜିର ଘଟଣାକୁ ମିଶାଇ ଏସ୍‌ସିବିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗତକାଲି ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରୁ ପିପିଲି ଅଞ୍ଚଳର ହୁସ୍‌ନାରା ବେଗମ୍‌(୬୨) ଏସ୍‌ସିବି ଆଉଟ୍‌ଡୋରକୁ ଆସିଥିଲେ। ପରୀକ୍ଷାରୁ ତାଙ୍କର ସ୍ବାଇନ୍‌ ଫ୍ଲୁ ପଜିଟିଭ୍ ଥିବା ଜଣାପଡିଥିଲା। ତାଙ୍କୁ ତୁରନ୍ତ ଏସ୍‌ସିବି ସ୍ବାଇନ୍‌ ଫ୍ଲୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ପଲ୍ୟୁମୁନାରୀ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ‌େଭଣ୍ଟିଲେଟର୍‌ରେ ରଖାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କର ମଲ୍ଟି ଅର୍ଗାନ ଏବଂ କିଡନୀ ଫେଲ ହୋଇଥିବା ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ହେମନ୍ତ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର