ଡାକ୍ତରୀ ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ: ପୀଡିତାଙ୍କ ବୟାନ ରେକର୍ଡ କଲା ପୁଲିସ

କଟକ: କଟକ ବଡ ମେଡିକାଲର ଜଣେ ଡାକ୍ତରୀ ଛାତ୍ରୀ ସିନିଅର୍‌ ଡାକ୍ତରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମଙ୍ଗଳବାର ପୀଡିତାଙ୍କ ବୟାନ ରେକର୍ଡ କରିଛି ପୁଲିସ।

ସୂଚନାଯୋଗ୍ୟ, ଡେଣ୍ଟାଲ ବିଭାଗର ଜଣେ ଛାତ୍ରୀ ଆସୋସିଏଟ୍‌ ପ୍ରଫେସର ଏବଂ ସିନିଅର୍‌ ରେସିଡେଂଟ୍‌ ଡାକ୍ତରଙ୍କ ବିରୋଧରେ ନିର୍ଯାତନାରେ ଅଭିଯୋଗ ଆଣିଛନ୍ତି । ଏହି ଡାକ୍ତର ଉକ୍ତ ଛାତ୍ରୀଙ୍କୁ ବାରମ୍ବାର ଅସଦାଚଣ କରିବା ସହିତ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏହି ଘଟଣା ସମ୍ପର୍କରେ ଯଦି ଛାତ୍ରୀ ଜଣକ କାହାରିକୁ କିଛି କୁହେ ତେବେ ସେ ତାଙ୍କ କ୍ୟାରିୟର ନଷ୍ଟ କରିଦେବେ ବୋଲି ବି ଧମକ ଦେଉଥିଲେ। କେବଳ ଏତିକି ନୁହେଁ ବିଭାଗୀୟ ମୁଖ୍ୟଙ୍କ ନାମରେ ମଧ୍ୟ ସଂପୃକ୍ତ ଛାତ୍ରୀ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ।

ତେବେ ଏନେଇ ଛାତ୍ରୀ ଜଣକ ମଙ୍ଗଳାବାଗ ଥାନାରେ ଏତଲା ଦେବା ପରେ ପୁଲିସ ତନାଘନା ଜାରି ରଖିଛି। ପୁଲିସ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି । ଧାରା ୩୫୪, ୩୫୪-ଏ, ୨୯୪ ଏବଂ ୫୦୬-ଏ ରେ ମାମଲା ରୁଜୁ କରାଯାଇଛି। ପୁଲିସ ଘଟଣାକୁ ଗୁରୁତର ସହ ନେବା ସହିତ ଛାତ୍ରୀଙ୍କ ନିବାସକୁ ଯାଇ ପୀଡିତାଙ୍କ ବୟାନ ରେକର୍ଡ କରିଛି ।

ସମ୍ବନ୍ଧିତ ଖବର