ଭୁବନେଶ୍ୱର: ବାହାର ରାଜ୍ୟକୁ ବିଭିନ୍ନ ସମୟରେ ବେଆଇନ ଭାବେ ଦଲାଲମାନେ ବିଭିନ୍ନ ଜିଲ୍ଲାରୁ ଶ୍ରମିକ ଚାଲାଣ କରିଥାଆନ୍ତି। ଏହି ଶ୍ରମିକମାନଙ୍କୁ ସେମାନେ ବିନା ପାରିଶ୍ରମିକରେ କାମରେ ନିୟୋଜିତ କରାଉଥିବା ଅନେକ ସମୟରେ ଅଭିଯୋଗ ଆସିଛି। ତେଣୁ ଶ୍ରମିକ ଚାଲାଣ କରୁଥିବା ଏହି ଦଲାଲ ଓ ଏଜେଣ୍ଟମାନଙ୍କ ଉପରେ ଓଡ଼ିଶା ପୁଲିସ କିଛିଦିନ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରୁଛି। ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଶ୍ରମିକ ଚାଲାଣ କରୁଥିବା ଏଜେଣ୍ଟ ଓ ଦଲାଲଙ୍କୁ ଧରିବା ପାଇଁ ରାୟଗଡ଼ା, ନବରଙ୍ଗପୁର ଓ କଳହାଣ୍ଡି ଆଦି ଜିଲ୍ଲାରେ ବ୍ୟାପକ ଚଢ଼ାଉ କରିଥିଲା। ପୁଲିସର ଏହି ଚଢ଼ାଉ ସମୟରେ ୫୦ଜଣ ଦଲାଲ ଓ ଏଜେଣ୍ଟ ଗିରଫ ହୋଇଛନ୍ତି।
/sambad/media/post_attachments/wp-content/uploads/2019/10/child-slavery-brick-kiln-India-banner-300x203.jpg)
ପୁଲିସ ଏହି ତିନିିଟି ଜିଲ୍ଲାରେ ଚଢ଼ାଉ କରି ରାୟଗଡ଼ାରୁ ୧୫, ନବରଙ୍ଗପୁରରୁ ୨୧ ଓ କଳାହାଣ୍ଡିରୁ ୧୪ଜଣ ଦଲାଲ ଓ ଏଜେଣ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଦଲାଲ ଓ ଏଜେଣ୍ଟଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୧୨୦ (ବି)/୩୭୦ (୨) ଓ (୩)/୪୧୭/୩୪ରେ ମାମଲା ରୁଜୁ ହୋଇଛି। ସେହିପରି ପୁଲିସ ଗତ ସପ୍ତାହରେ ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରୁ ୪୧ ଦଲାଲଙ୍କୁ ଗିରଫ କରିଥିଲା। ଏଯାବତ ଏହି ଚଢ଼ାଉରେ ପୁଲିସ ୯୧ଜଣଙ୍କୁ ଗିରଫ କରିଥିବା ପୁଲିସ ଡିଜି ବିଜୟ କୁମାର ଶର୍ମା ଗୁରୁବାର ସୂଚନା ଦେଇଛନ୍ତି।
In our sustained drive against illegal labour trafficking, simultaneous drive launched last night in Raygada, Nawarangpur & Kalahandi dists. 50 agents & middlemen arrested in specific cases. Forward & backward linkages being investigated. @CMO_Odisha, @odisha_police@DGPOdisha
— Bijay Kumar Sharma (@BijayKumarShar7) October 18, 2019