ଭଙ୍ଗାଗଲା ତାଳଧ୍ୱଜ ରଥ

ପୁରୀ : ପବିତ୍ର ଘୋଷ ଯାତ୍ରା ସରିବା ପରେ ସିଂହଦ୍ୱାରରେ ରହିଥିବା ତିନି ରଥ ଭଙ୍ଗା କାମ ଆରମ୍ଭ ହୋଇଛି। ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯିବା ପରେ ଆଜିଠାରୁ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗା କାମ ଆରମ୍ଭ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ରଥର ଶୀର୍ଷ ଭାଗରୁ ପ୍ରଥମେ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। ରବିବାର ସଂଧ୍ୟା ସୁଦ୍ଧା ତାଳଧ୍ୱଜ ରଥର ଅଧାରୁ ଅଧିକ କାଠ ଖୋଲା ସରିଥିବା ଦେଖିବାକୁ ମିଳିଛି। ତାଳଧ୍ୱଜ ରଥ ଭଙ୍ଗା ସରିବା ପରେ ନନ୍ଦିଘୋଷ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହେବ।

ସମ୍ବନ୍ଧିତ ଖବର