ତାଳଚେର ଥର୍ମାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

ଭୁବନେଶ୍ୱର : ଏପ୍ରିଲ ୨୨ ତାରିଖରେ ଅନୁଗୁଳ ଜିଲ୍ଲାର ତାଳଚେର ଥର୍ମାଲ ହାଇସ୍କୁଲ ଓ ଡିଏଭି ତାଳଚେର ଥର୍ମାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ ୧୯୭୧ଠାରୁ ୨୦୧୭ ପର୍ଯ୍ୟନ୍ତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଥିବା ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଏହି ସମାରୋହରେ ଏକତ୍ର କରାଯିବାର ଯୋଜନା ହୋଇଛି। ଏନେଇ ଡିସେମ୍ବର ମାସରୁ ବିଭିନ୍ନ ପର୍ଯ୍ୟାୟରେ ତାଳଚେର ଥର୍ମାଲଠାରେ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ବିଭିନ୍ନ ବ୍ୟାଚ ସଂଯୋଜକ ମନୋନୀତ କରାଯାଇ ସେମାନଙ୍କ ଦ୍ୱାରା ପୁରାତନ ଛାତ୍ରମାନଙ୍କୁ ଯୋଗାଯୋଗ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ସମାରୋହରେ ଯୋଗ ଦେବା ପାଇଁ ଦେଶବିଦେଶରେ ଥିବା ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଥିବା ବେଳେ ଏଥିରେ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଜ ପରିବାର ସହିତ ଯୋଗ ଦେବାର ଯୋଜନା ରହିଛି। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ତେବେ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାକୁ ବିଦ୍ୟାଳୟ ତରଫରୁ କୁହାଯାଇଛି। ସବିଶେଷ ବିବରଣୀ ପାଇଁ ୯୩୩୭୩୧୯୮୫୨ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର