ମେଧାବୃତ୍ତି ଉତ୍ସବ ସ୍ଥଗିତ

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି, ଓଡ଼ିଆ ଭାଷା ବୃତ୍ତି, ଶ୍ରେଷ୍ଠ ସ୍କୁଲ ଓ ଅଭିଭାବକଙ୍କୁ ସମ୍ବର୍ଦ୍ଧନା ଉତ୍ସବକୁ ସ୍ଥଗିତ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୫ ତଥା ଗୁରୁ ଦିବସରେ ଏହି ଉତ୍ସବ ଆୟୋଜନ ହେବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା। କିନ୍ତୁ ଆସନ୍ତା ୪ ତାରିଖଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉକୁ ଥିବାରୁ ମେଧାବୃତ୍ତି ଉତ୍ସବକୁ ସ୍ଥଗିତ ରଖାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ପଠାଯାଇଛି। ଉତ୍ସବ ତାରିଖ ପରବର୍ତର୍ୀ ସମୟରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଗୁରୁ ଦିବସରେ ରାଜ୍ୟର ୩୧୪ଟି ବ୍ଲକରେ ଏକ ସମୟରେ ଉତ୍ସବ ଆୟୋଜନ କରାଯାଇ ବୃତ୍ତି ଦିଆଯିବ ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର