ନନ୍ଦନକାନନରୁ ଚାରିଦିନ ହେବ ଫେରାର ଥିବା ମାଙ୍କଡ ଏପରି ଧରାପଡ଼ିଲା, ଭିଡିଓ ଦେଖନ୍ତୁ

ଭୁବନେଶ୍ୱର: ଗତ ଚାରିଦିନ ହେବ ଭୁବନେଶ୍ୱରସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଫେରାର ହୋଇଯାଇଥିବା ଅଣ୍ଡିରା ତାମାରିନ ମାଙ୍କଡ ସୋମବାର ଧରାପଡ଼ିଛି।

ସୂଚନାଯୋଗ୍ୟ, ନନ୍ଦନକାନନର କ୍ୱାରେନ୍‌ଟାଇନ୍‌ରୁ ଅଣ୍ଡିରା ତାମାରିନ ମାଙ୍କଡ ଗତ ଚାରଦିନ ହେବ ଚମ୍ପଟ ମାରିଥିଲା। ଏହି ମାଙ୍କଡକୁ ସୋମବାର ନନ୍ଦନକାନନର କର୍ମଚାରୀମାନେ ଧରିଛନ୍ତି। ମାଙ୍କଡଟି ଗୁରୁବାର ଦିନ ଜନ୍ତାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା। ମାଙ୍କଡ ଯନ୍ତାରୁ ପଳାଇ ଯିବା ଖବର ପାଇବା ପରେ ନନ୍ଦନକାନନ କର୍ମଚାରୀ ତାକୁ  ଧରିବା ପାଇଁ ସବୁପ୍ରକାର ପ୍ରୟାସ କରିଥିଲେ ହେଁ ସେ ବାରମ୍ବାର ଖସି ପଳାଉଥିଲା। ଚମ୍ପଟ ହେବା ଦିନ ପରେ କ୍ୱାରେନ୍‌ଟାଇନ୍‌ ନିକଟରେ ଥିବା ଗଛ ଉପରେ ମାଙ୍କଡ ବସିଥିବା କର୍ମଚାରୀ ଦେଖିବାକୁ ପାଇଥିଲେ। ଏହାପରେ  ତା’ର ସାଥୀକୁ ଯନ୍ତାରେ ରଖି ଆଉ ଏକ ଜନ୍ତାରେ ମାଙ୍କଡକୁ ଧରିବା ପାଇଁ ଜଗିି ରହିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିଥିଲା ହେଲେ କର୍ମଚାରୀଙ୍କ ହାତରେ ଧରା ଦେଇ ନଥିଲା ଅଣ୍ଡିରା ତାମାରିନ୍‌।  ତା’ପରେ ମାଙ୍କଡଟି ବାଉଁଶ ଗଛକୁ ଚାଲି ଯାଇଥିଲା। ତାକୁ ନାନା ପ୍ରଲୋଭନ ଦେଖାଇ ଡକାଯାଇଥିଲେ ମଧ୍ୟ ଯନ୍ତା ଭିତରେ ତାର ସାଥୀକୁ ଦେଖି  ପାଖରେ ଥିବା ଜଙ୍ଗଲରେ ଲୁଚି ଯାଇଥିଲା।

ପୁଣି ଶନିବାର ଅନୂରୂପ ଭାବେ ଦେଖା ଦେଇ ଜଙ୍ଗଲରେ ଅଦୃଶ ହୋଇଯାଇଥିଲା ତାମାରିନ୍‌। ରବିବାର ତାକୁ ଧରିବା ପାଇଁ ନୂଆ କୌଶଳ ଆପଣା ଯାଇଥିଲା।  ନିକଟରେ ଥିବା ବାଉଁଶ ଗଛକୁ କଟା ଯାଇ ଜାଲ ସାହାଯ୍ୟରେ ଧରା ଯାଇଥିଲେ ହେଁ ସେ ପୁଣି ଥରେ ଚମ୍ପଟ ମାରିଥିଲା।  ଆଜି ନନ୍ଦନକାନନର କର୍ମଚାରୀ ଉକ୍ତ ମାଙ୍କଡକୁ ଧରିବାରେ ସଫଳ ହୋଇଛନ୍ତି। ଗତ ମାର୍ଚ୍ଚ ମାସରେ ତାମିଲନାଡୁର ମଦୁରାଇରୁ ଏହି ଦୁଇଟି  ତାମାରିନ୍‌ ମାଙ୍କଡ ନନ୍ଦନକାନନକୁ ଅଣାଯାଇଥିଲା।

ସମ୍ବନ୍ଧିତ ଖବର