ମୁନିଗୁଡ଼ା ରେଳ ଫାଟକ ସାମ୍ନା ରେଳଲାଇନରେ ଷ୍ଟିଅରିଂ ଫେଲ୍ ହେବାରୁ ଅଟକିଲା ଟ୍ୟାଙ୍କର, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲା

ରାୟଗଡ଼ା/ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ାଠାରେ ଘଟିଛି ଏକ ଅଘଟଣ। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଗାଡ଼ିଟି। ମିଳିଥିବା ସୂଚନା ଅନୁଯାୟୀ ସକାଳ ପ୍ରାୟ ୯ଟା ସମୟରେ ଏକ ଟ୍ୟାଙ୍କରର ଷ୍ଟିଅରିଂ ଫେଲ୍ ହେବାରୁ ମୁନିଗୁଡ଼ା ରେଳ ଫାଟକ ସାମ୍ନା ରେଳ ଲାଇନ୍ରେ ଅଟକିଥିଲା । ସୌଭାଗ୍ୟକୁ ଟ୍ରାକରେ ଟ୍ୟାଙ୍କରଟି ଅଟକିବା ବେଳେ କୌଣସି ଟ୍ରେନ୍ ଆସୁ ନଥିଲା, କିଛି ସମୟ ପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

Image result for muniguda
image source-india rail info

ପ୍ରାପ୍ତ ସୂଚନା ଅନୁଯାୟୀ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସକୁ ମୁନିଗୁଡ଼ାଠାରେ ଅଟକାଯାଇଥିଲା। ଅନ୍ୟ ଟ୍ରେନଗୁଡ଼ିକ ସ୍ୱାଭାବିକଭାବେ ଯାତାୟତ କରିଥିଲା। ହୋଇଥିଲା ଏହି ଟ୍ୟାଙ୍କରଟି ବିଶାଖାପାଟଣାରୁ ଲାଞ୍ଜିଗଡ଼କୁ ଯାଉଥିଲା। ଏହି ବାଟ ଦେଇ ପ୍ରତିଦିନ ଶହଶହ ଟ୍ୟାଙ୍କର ଯାତାୟତ କରିଥାନ୍ତି। ହେଲେ ଏଭଳି ଅଘଟଣ କେବେ ବି ଘଟି ନଥିବା କୁହାଯାଉଛି। ଖବର ପାଇ ଘଟଣା ସ୍ଥଳରେ ରେଳବାଇ କର୍ମଚାରୀମାନେ ପହଞ୍ଚିଛନ୍ତି। ଟ୍ୟାଙ୍କରର ଷ୍ଟିଅରିଂର ମରାମତି ଚାଲିଛି। ଆଉ କିଛି ସମୟପରେ ଟ୍ରାକ୍ ପୁରାପୁରି କ୍ଲିଅର୍ ହୋଇଯିବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର