ଗତକାଲି ଛୁରାମାଡ଼ର ଶିକାର ହୋଇଥିବା କଟକର ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକର ମୃତ୍ୟୁ,

କଟକ: ଯୋବ୍ର ଥାନା ପଛପଟେ ଛୁରାମାଡ଼ରେ ଆହତ ହୋଇଥିବା ମାଟିଆ ମଙ୍ଗଳା ସାହିର ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ପ୍ରାଣହାନି ଘଟିଛି। ମାଛମରା ଘଟଣାକୁ ନେଇ ଛୁରାମାଡରେ ତାର ମୃତ୍ୟୁ ହୋଇଛି । ମୃତକ ଜଣକ ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକ ବୋଲି ଜଣାପଡିଛି । ମାଛମରା ଘଟଣାକୁ ନେଇ ତପନଙ୍କ ସହ ଅଭିଯୁକ୍ତ ହାପି ମହାନ୍ତିର ବଚସା ହୋଇଥିଲା । ଏହା ପରେ ତପନକୁ ଛୁରାମାଡ କରିଥିଲା ହାପି । ଗୁରୁତର ଅବସ୍ଥାରେ ତପନକୁ ଗତକାଲି କଟକର ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ମୃତ୍ୟୁ ଘଟିଛି ।

ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ତପନ ନାଁରେ ଆଗରୁ ମାଲଗୋଦାମ ଥାନାରେ ବହୁ ଅପରାଧିକ ମାମଲା ରହିଛି ।ସେ କିଛି ଦିନ ତଲେ ଜାମିନ୍ ପାଇ ଜେଲରୁ ମୁକୁଳିଥିଲା। ଏହାପରେ ତପନ ପୁଣି ଅପରାଧିକ କାମରେ ନିୟୋଜିତ ଥିବା କୁହାଯାଉଛି। ଏହି ଘଟଣା ସେ ଅଞ୍ଚଳରେ ଚର୍ଚ୍ଚାର  ବିଷୟ ହୋଇଛି।

ସମ୍ବନ୍ଧିତ ଖବର