ତାରା ବାହିନୀପତିଙ୍କ ‘କଂଗ୍ରେସ ପ୍ରାର୍ଥୀ ତାଲିକାରେ ଗଡ଼ବଡ଼ ଅଛି’ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଲେ ନିରଞ୍ଜନ

ଭୁବନେଶ୍ୱର: ଗତ ସୋମବାର ବିଜେଡ଼ି ସୁପ୍ରିମୋ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ମଧ୍ୟରାତ୍ରିରେ କଂଗ୍ରେସ ଓଡ଼ିଶା ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ତେବେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଦଳରେ ବିରୋଧର ସ୍ୱର ଉଠିଛି ।

ପ୍ରାର୍ଥୀ ତାଲିକାକୁ ନେଇ କଂଗ୍ରେସ ନେତା ତାରପ୍ରସାଦ ବାହନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି କୋରାପୁଟ ହେଉଛି କଂଗ୍ରେସ ଗଡ । କିନ୍ତୁ ଏଠାରେ ଗଡବଡ ଚାଲିଛି । କିଏ ଗଡବଡ କରୁଛି ତାହା ସମୟ କହିବ । ପ୍ରଦୀପ ମାଝି ଚାହିଁଲେ ଟିକେଟ ଦିଅନ୍ତି ଓ କାଟନ୍ତି । ମୋ କଥା ରହେନାହିଁ । ପୂର୍ବରୁ କୁହାଯାଇଥିଲା ସମସ୍ତ ବିଧାୟକଙ୍କୁ ଟିକେଟ ମିଳିବ । ଏବେ କୋଟ୍ଟପାଡ ଓ ଲକ୍ଷ୍ମୀପୁରରୁ ଟିକେଟ ଫାଇନାଲ ନ ହେବା ଦୁର୍ଭାଗ୍ୟଜନକ । କୋରାପୁଟ ଲୋକସଭା ଆସନ ଘୋଷଣାକୁ ଅପେକ୍ଷା କରିଛି ବୋଲି କହିଛନ୍ତି।

ତେବେ ତାରଙ୍କର ଏପରି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ତାରାଙ୍କ ଭଳି ଜଣେ ବରିଷ୍ଠ ନେତା ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ସେ ଶେଷ ଯାଏଁ ଅପେକ୍ଷା କରନ୍ତୁ।

ସେପଟେ ତାରା କହିଛନ୍ତି କଂଗ୍ରେସ ଲୋକସଭା ପାଇଁ ନୂଆ ମୁହଁ ଦେଇଛି । ଚଳିତ ଥର ନୂଆ ମୁହଁକୁ ଓ ଯୁବକଙ୍କୁ ସୁଯୋଗ ଦିଆଯାଇଛି । କୋରାପୁଟରେ ପୁଣି ଥରେ ଗଡ଼ ରକ୍ଷା କରିବ ବୋଲି ଦମ୍ଭୋକ୍ତି କରିଛନ୍ତି ତାରା ପ୍ରସାଦ ବାହିନୀପତି ।

ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନ ପାଇଁ ଭୟଭୀତ ହୋଇପଡ଼ିଛନ୍ତି । ସେଥିପାଇଁ କାଳିଆ, ପିଠା ପରି ଅନେକ ଯୋଜନା କରି ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ତାରାବାହିନୀ ପତି କହିଛନ୍ତି । ସେଥିପାଇଁ ଗୋଟିଏ ନୁହେଁ ଦୁଇଟି ନିର୍ବାଚନୀ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି ନବୀନ।

ସମ୍ବନ୍ଧିତ ଖବର