ବାହିନୀପତିଙ୍କ ଜୀବନପ୍ରତି ବିପଦ, ପୁଲିସ ଓ ନିର୍ବାଚନ କମିସନଙ୍କୁ ଚିଠି ଲେଖିଲେ

ଜୟପୁର : ନିର୍ବାଚନକୁ ଆଉ ୧୧ଦିନ ରହିଥିବା ବେଳେ ସୁରକ୍ଷା ଲୋଡ଼ିଛନ୍ତି ଜୟପୁର ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ଏସପି ଓ ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି।

ବିଧାୟକ ଶ୍ରୀ ବାହିନୀପତି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କ ପାଖରେ କିଛି ଗୁଣ୍ଡା ଶ୍ରେଣୀୟ ଲୋକ ଅଛନ୍ତି। ଯେଉଁମାନେ କି ଗଞ୍ଜେଇ ବ୍ୟବସାୟ କରିବା ସହ ପାଖରେ ମାଉଜର ରଖିଛନ୍ତି। ସେମାନେ ଆଗକୁ ଆକ୍ରମଣ କରିବାର ସମ୍ଭାବନା ବି ରହିଛି। ପୂର୍ବରୁ ବି ତାଙ୍କ ପରିବାର ଉପରେ ଆକ୍ରମଣ ହୋଇଥିଲା। ଗତ ନିର୍ବାଚନ ସମୟରେ ତାଙ୍କ ଭାଇ ଓ ପୁଅଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ତେଣୁ ନିଜକୁ ଅସୁରକ୍ଷିତ ମନେ କରୁଥିବା ଶ୍ରୀ ବାହିନୀପତି କହିଛନ୍ତି।

ଏ ସମ୍ପର୍କରେ ଶଅୀ ବାହିନୀପତି କହିଛନ୍ତି ଯେ, କିଛି ଗଞ୍ଜେଇ ବ୍ୟବସାୟୀ ଏବଂ ଅପରାଧୀ ଗତ ଦିନରେ ଗୁଳି ଫୁଟାଇଥିଲେ। ପୁଲିସ ସେମାନଙ୍କୁ ଗିରଫ କରିଥିବା ବେଳେ ବର୍ତମାନ ସେମାନେ ଜାମିନରେ ବାହାରି ବାହାରେ ବୁଲୁଛନ୍ତି। ଯଦିଓ ସେହି ଅପରାଧୀଙ୍କୁ ସେ ଭୟ କରୁନାହାନ୍ତି ତଥାପି ଅସୁରକ୍ଷିତ ମଣୁଥିବାରୁ ପୁଲିସକୁ ଏନେଇ ଜଣାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର