ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ନେଟଓ୍ବାର୍କ ସଜାଡ଼ିବା ଲାଗି ଟାଟା ପାଓ୍ବାର ପଠାଇଲା ଇଂଜିନିୟରିଂ ଟିମ

ଭୁବନେଶ୍ୱର : ବାତ୍ୟା ଫନିର ପ୍ରଭାବରେ ଓଡ଼ିଶାରେ ପାଖାପାଖି ୧୦ ନିୟୁତ ଲୋକ ବିଦ୍ୟୁତ ସରବରାହ ବ୍ୟାହତ ହେବା ଯୋଗୁ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ସରକାରୀ ହିସାବ ଅନୁସାରେ କେବଳ ଭୁବନେଶ୍ୱରରେ ୧ ଲକ୍ଷ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯାଇଛି । ଏହା ଦ୍ୱାରା ବିଦ୍ୟୁତ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ଟାଟା ପାୱାର ତରଫରୁ ବିଦ୍ୟୁତ ନେଟୱର୍କର ପୁନରୁଦ୍ଧାର ଲାଗି ଏକ ଇଂଜିନିୟରିଂ ଓ ଟେକନିକାଲ ଟିମ ପଠାଯାଇଛି ।

ଟାଟା ପାୱାର-ଡିଡିଏଲ ପକ୍ଷରୁ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ନେଟୱର୍କକୁ ସଜାଡ଼ିବାରେ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବା ପାଇଁ ୨୫ ଜଣ ଇଞ୍ଜିନିୟର ଓ ଟେକ୍ନିସିଆନ୍ ଥିବା ଏକ ଟିମ୍ ପଠାଯାଇଛି । ଓଡ଼ିଶାକୁ ଆସିବା ପୂର୍ବରୁ ଏହି ଦଳର ସଦସ୍ୟମାନେ ଆଇଏମଡି, ଏନଡିଏମଏ ଓ ଓଡ଼ିଶା ସରକାରଙ୍କ ଠାରୁ ଆଗୁଆ ସ୍ଥିତି ବିଷୟରେ ପଚାରି ବୁଝିଥିଲେ । ତତକାଳ ସୁବିଧା ପ୍ରଦାନ କରିବା ପାଇଁ ବାତ୍ୟା ପ୍ରଭାବିତ ଗ୍ରାମଗୁଡ଼ିକ ନିମନ୍ତେ ଟାଟା ପାୱାର ସୋଲାର ପକ୍ଷରୁ ୪୦୦୦ ସୋଲାର ଲଣ୍ଠନ ପ୍ରଦାନ କରାଯାଇଥିଲା । ବିଦ୍ୟୁତ ଲାଇନ୍ ପୁନରୁଦ୍ଧାର କାମରେ ଟାଟା ପାୱାର ଟିମକୁ ଟାଟା ଷ୍ଟିଲ୍-କଳିଙ୍ଗନଗର ଓ ଜୁସ୍କୋ ସହାୟତା ପ୍ରଦାନ କରୁଛନ୍ତି ।

ସମ୍ବନ୍ଧିତ ଖବର