ଟାଟା ଷ୍ଟିଲ୍‌ ସାହିତ୍ୟ ଉତ୍ସବ ଉଦ୍‌ଯାପିତ: ଗଠନମୂଳକ ବିତର୍କ ଜରିଆରେ କଳାକୁ ଶ୍ରଦ୍ଧାଜଂଳି ପ୍ରଦାନର ପ୍ରତିଶ୍ରୁତି

ଭୁବନେଶ୍ୱର: ‘ସମ୍ବାଦ’ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟୋତ୍ସବର ଚତୁର୍ଥ ସଂସ୍କରଣ ଆଜି ଉଦଯାପିତ ହୋଇଛି ଓ ଏଥି ସହିତ ସାହିତ୍ୟ ଓ ରଚନାତ୍ମକ ସନ୍ଧାନର ତିନିଦିନିଆ ଉତ୍ସବ ପାାଳନ ଶେଷ ହୋଇଛି ।

ଏହି ଉତ୍ସବ ଅନେକ ସଂପୃକ୍ତି ଭିତ୍ତିକ ଅଧିବେଶନରେ ଭରପୁର ଥିଲା ଯେଉଁଥିରେ ସାହିତ୍ୟଠାରୁ ଆରମ୍ଭ କରି ମଂଚ, ନୃତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ ପରଫରର୍ମିଂ ଆର୍ଟ ଭଳି ଅନେକ ବିଷୟ ଉପରେ ଆଲୋକପାତ କରାଯାଇଥିଲା । ଗତକାଲି ନିଜ ଲେଖା ପାଇଁ ମିଳିଥିବା ପ୍ରେରଣା ବିଷୟରେ ଏକ ମନମୁଗ୍ଧକର ଅଧିବେଶନରେ ଆଲୋଚନା କରିଥିବା କିମ୍ବଦନ୍ତୀ ଲେଖକ ରସ୍କିନ ବଣ୍ଡ ଆଜି ସାମ୍ବାଦିକତା ଲେଖା ପାଇଁ କ’ଣ ଆବଶ୍ୟକ ତାହା ଉପରେ ଆଲୋଚନା କରିିଥିଲେ । ଖବର ରିପୋର୍ଟ ଓ ଚିନ୍ତାଧାରା ବିଷୟରେ ଲେଖିବାର କଳା ଏବଂ ପାଠକମାନଙ୍କୁ ଆକର୍ଷିତ କରିବା ପାଇଁ କିଭଳି ଭାଷା, ସୂକ୍ଷ୍ମ ଓ ଶବ୍ଦର ଖେଳ ବିଷୟରେ ଆଲୋଚନା କରିଥିଲେ । ବିଶିଷ୍ଟ ଲେଖକ ଆତିସ ତାସିରଙ୍କ ଅଧିବେଶନ ଭାଷା ପାଇଁ ଲେଖକ-ସାମ୍ବାଦିକତାଙ୍କ ପ୍ରେମ ଉପରେ ପର୍ଯ୍ୟବେସିତ ୍ଥିଲା । ସଂସ୍କୃତର ମୂଳକୁ ବୁଝିବା ପାଇଁ ସେ କିଭଳି ପବିତ୍ର ସହର ବାରାଣାସୀ ସାରା ଯାତ୍ରା କରିଥିଲେ ତାହାକୁ ସେ ଆମୂଳଚୂଳ ଆଲୋଚନା କରିଥିଲେ ।

ଏହି ତିନିଦିନିଆ ମହୋତ୍ସବର ଉଦଯାପନୀ ଦିନରେ ଏଭଳି କିଛି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହା ଏକ ସାହିତ୍ୟୋତ୍ସବ ପାଇଁ ସ୍ୱତନ୍ତ୍ର ଥିଲା । ବିଶିଷ୍ଟ ପକ୍ଷୀ ବିଶେଷଜ୍ଞ ବିକ୍ରମ ଗ୍ରିୱାଲ୍ ଏକ ଅଧିବେଶନର ପରିଚାଳନା କରିଥିଲେ ଯାହା ନିରନ୍ତର ଭବିଷ୍ୟତ ବିଷୟରେ ଭାବିବା ପାଇଁ ଲୋକମାନଙ୍କୁ ବାଧ୍ୟ କରିଥିଲା । ସେ ସଂରକ୍ଷଣର ଗୁରୁତ୍ୱ ଓ ଅଂଚଳର ସ୍ୱଦେଶୀ ଜୀବମାନଙ୍କ ସୁରକ୍ଷାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପାଇଁ ପ୍ରତିବଦ୍ଧତାର ଅନୁରୂପ ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନେଇ ତିନିଟି ଅଧିବେଶନ ଆୟୋଜନ କରାଯାଇଥିଲା ଯାହା ଇତିହାସ ଓ ପରିଚୟ ଉପରେ ପର୍ଯ୍ୟବେସିତ ଥିଲା ।

ଉଦଯାପନୀ ସମାରୋହରେ ପୁରସ୍କାରପ୍ରାପ୍ତ ଗାୟିକା ରେଖା ଭରଦ୍ୱାଜଙ୍କ ମନମୁଗ୍ଧକର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେ ନିଜର ଲୋକପ୍ରିୟ ଗୀତଗୁଡ଼ିକୁ ପରିବେଷଣ କରିବା ବେଳେ ଭରପୁର ଦର୍ଶକ ମହଲ ବିମୋହିତ ହୋଇପଡ଼ିଥିଲେ । “ଭୁବନେଶ୍ୱର ଲୋକମାନଙ୍କ ଏଭଳି ସମର୍ଥନ ମିଳିଥିବା ଦେଖି ବହୁତ ଖୁସି ଲାଗୁଛି ବୋଲି ଟାଟା ଷ୍ଟିଲ୍ ଉପସଭାପତି (କଂଚାମାଲ) ଅରୁଣ ମିଶ୍ର  କହିଛନ୍ତି । “ଟାଟା ଷ୍ଟିଲ୍ର ନିରନ୍ତର ଅଭିବୃଦ୍ଧିର ବାହକ ହେଉଛି ସମାଜ ସହିତ ଏହାର ଜାରି ରହିଥିବା ସଂପୃକ୍ତି । ଏହି ସାହିତ୍ୟୋତ୍ସବ ଯାହା ସମୟ ସହିତ ବଡ଼ ଓ ବ୍ୟାପକ ହୋଇଥିବା ହେଉଛି ଏହି ପ୍ରତିବଦ୍ଧତାର ଏକ ପ୍ରମୁଖ ଦିଗ । ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଟାଟା ଷ୍ଟିଲ୍ ପାଇଁ ସୌଭାଗ୍ୟର ବିଷୟ ଓ ଅଂଶଗ୍ରହଣ ଜରିଆରେ ସେମାନଙ୍କ ସମର୍ଥନ ଜାରି ରଖିଥିବା ଓଡ଼ିଶାବାସୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଆମେ ପୁଣି ଥରେ ଆସନ୍ତା ବର୍ଷ ଫେରିବୁ ଓ ଏହି କାର୍ଯ୍ୟକ୍ରମକୁ ଆହୁରି ଉଚ୍ଚକୁ ନେଇଯିବୁ ।,’’

ସମ୍ବନ୍ଧିତ ଖବର