ଟାଟା ଷ୍ଟିଲ୍‌ କଳିଙ୍ଗନଗର କାରଖାନାର ୨ୟ ପର୍ଯ୍ୟାୟ ସଂପ୍ରସାରଣ ଆରମ୍ଭ

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଅବସରରେ ଟାଟା ଷ୍ଟିଲ୍‌ କଳିଙ୍ଗ ନଗର କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତାକୁ ୮ ନିୟୁତ ଟନ୍‌ କରିବା ପାଇଁ ସମ୍ପ୍ରସାରଣ ପ୍ରକଳ୍ପର ଭିତି ପ୍ରସ୍ତରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ଥାପନ କରିଛନ୍ତି । ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନ୍‌ ଓ ଟାଟା ଷ୍ଟିଲ୍‌ର ପରିଚାଳନା ନିର୍ଦେଶକ ଓ ସିଇଓ, ଟିଭି ନରେନ୍ଦ୍ରନଙ୍କ ଉପସ୍ଥିତିରେ ଭୁବନେଶ୍ୱର ଠାରେ ଆୟୋଜନ କରାଯାଇଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି କାଯର୍‌ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରକଳ୍ପରେ କଂପାନି ୨୩,୫୦୦ କୋଟି ଟଙ୍କା ଖର୍ଚ କରିବ ଓ ଏହି କାମ ୪୮ ମାସ ଭିତରେ ଶେଷ ହେବ। ଏଥିରେ ସାମିଲ ରହିଛି କଂଚାମାଲ ଦକ୍ଷତା ସମ୍ପ୍ରସାରଣ, ଅପ୍‌ଷ୍ଟ୍ରିମ୍‌ ଓ ମିଡ୍‌-ଷ୍ଟ୍ରିମ୍‌ ବ୍ୟବସ୍ଥା, ଭିତ୍ତିଭୂମି ଓ କୋଲ୍‌ ରୋଲିଂ ମିଲ୍‌ କମ୍ପ୍ଲେକ୍ସ ଭଳି ଡାଉନ୍‌ଷ୍ଟ୍ରିମ୍‌ ବ୍ୟବସ୍ଥା। ‘ଓଡ଼ିଶା ରାଜ୍ୟ ସହିତ ଟାଟା ଷ୍ଟିଲ୍‌ର ସମ୍ପର୍କ ଅତ୍ୟନ୍ତ ଗଭୀର। ଏହାର ୧୦୦ବର୍ଷର ପୁରୁଣା ସମ୍ପର୍କ। ରାଜ୍ୟରେ ଟାଟା ଷ୍ଟିଲ୍‌ର ବହୁତ ବଡ଼ ଷ୍ଟେଟ୍‌ ଅଫ୍‌ ଆର୍ଟ କାରଖାନା ରହିଛି। ଟାଟା ଷ୍ଟିଲ୍‌ କଳିଙ୍ଗ ନଗର କାରଖାନାର ଦ୍ୱିତୀୟ ପଯର୍‌ୟାୟ ସମ୍ପ୍ରସାରଣ ସହିତ ଟାଟା ଗ୍ରୁପ୍‌ର ନିବେଶ ଏହି ରାଜ୍ୟରେ ୧୦୦,୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି   ଏନ୍‌ ଚନ୍ଦ୍ରଶେଖରନ୍‌, ଅଧ୍ୟକ୍ଷ, ଟାଟା ଗ୍ରୁପ୍‌ କହିଛନ୍ତି ।

ସମ୍ବନ୍ଧିତ ଖବର