ଖୋଲିଲା ବରିଷ୍ଠ ନାଗରିକଙ୍କ ବିବିଧ କାର୍ଯ୍ୟକଳାପ କେନ୍ଦ୍ର ଆନନ୍ଦ

ଭୁବନେଶ୍ୱର : ଭୁବନେଶ୍ୱରର ନୟାପଲ୍ଲୀଠାରେ ରାଜ୍ୟର ପ୍ରଥମ ରାଜ୍ୟ ସମର୍ଥିତ ବରିଷ୍ଠ ନାଗରିକଙ୍କ ପାଇଁ ବିବିଧ କାର୍ଯ୍ୟକଳାପ ବିଶିଷ୍ଟ କେନ୍ଦ୍ର ‘ଆନନ୍ଦ‘କୁ ରାଜ୍ୟ ସମାଜ ମଙ୍ଗଳ ଓ ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦଘାଟନ କରିଛନ୍ତି । ଆନନ୍ଦକୁ ଟାଟା ଟ୍ରଷ୍ଟସ୍‌ର ପରାମର୍ଶ ଅନୁଯାୟୀ ଓଡ଼ିଶା ସରକାରଙ୍କ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତୀକରଣ ବିଭାଗ (ଏସଏସଇପିଡି) ପକ୍ଷରୁ ବିକଶିତ କରାଯାଉଛି ଓ ହେଲ୍‌ପଏଜ୍‌ ଇଣ୍ଡିଆ ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି । ଏହି କେନ୍ଦ୍ରର ଲକ୍ଷ୍ୟ ହେଉଛି ବରିଷ୍ଠ ନାଗରିକଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଯୋଡ଼ିବାର ଏକ ମଡେଲ୍‌ ବିକଶିତ କରିବା ଓ ସେମାନଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ନେଇ ସଚେତନତା ସୃଷ୍ଟି କରି ସେମାନଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା। ଏହା ବିଭିନ୍ନ ପ୍ରକାର ଚିତବିନୋଦନ ଓ ଶିକ୍ଷଣୀୟ କାର୍ଯ୍ୟକଳାପ ଜରିଆରେ ଏହା ବୟସ୍କ ସମୟକୁ ଖୁସିମୟ କରିବ ଓ ସାମାଜିକୀକରଣ କରିବାର ଏକ ପ୍ଲାଟଫର୍ମ ପ୍ରଦାନ କରିବ। ପୁନଶ୍ଚ, ଏହି ବ୍ୟବସ୍ଥା ଜରିଆରେ ସଦସ୍ୟ ନାଗରିକମାନଙ୍କୁ ଚିକିତ୍ସା ଶିବିର ଆୟୋଜନ କରିବା ଓ ବିପିଏଲ୍‌ ପରିବାରଗୁଡ଼ିକର ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ଉପଯୁକ୍ତ ସମୟରେ କାଉନ୍‌ସେଲିଂ ଓ ମେଡିକାଲ୍‌ ସହାୟତା ପ୍ରଦାନ କରିବା ପାଇଁ ଉତ୍ସାହିତ କରାଯିବ।

ସମ୍ବନ୍ଧିତ ଖବର