ପତାକା ଉତ୍ତୋଳନ ପାଇଁ ଜୀବନକୁ ବାଜି : ତାର ଧରି ନଦୀ ପାର ହେଲେ ଶିକ୍ଷକ

ଫୁଲବାଣୀ : କର୍ତ୍ତବ୍ୟ ଓ ଦେଶପ୍ରେମ ଆଗରେ ଜୀବନ ବାଜି ଲଗାଇ ଦେଲେ ଶିକ୍ଷକ। ସ୍କୁଲରେ ସ୍ବାଧୀନତା ଦିବସ ପାଳନ ନିମନ୍ତେ ଲୁହା ତାର ଧରି ନଦୀ ପାର ହୋଇଛନ୍ତି ଓ ଜାତୀୟ ପତାକା ଉଡ଼ାଇଛନ୍ତ। ଶିକ୍ଷକଙ୍କ କର୍ତ୍ତବ୍ୟ ଓ ଦେଶପ୍ରେମକୁ ସବୁଠି ଭୁରିଭୁରି ପ୍ରଶଂସା। ଏହି ଶିକ୍ଷକ ଜଣ ହେଉଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଗୁଞ୍ଜିବାଡି ପଞ୍ଚାୟତ ବଗାଡି ଗାଁ ପ୍ରାଥମିକ ସ୍କୁଲର ଶିକ୍ଷକ ଲାଲୁ ମଲ୍ଲିକ।

ସଂପ୍ରତି ଲଗାଣ ବର୍ଷା ଯୋଗୁ ସବୁ ନଦୀରେ ବନ୍ୟା। ବଗାଡି ସ୍କୁଲକୁ ଯିବାହେଲେ ପଡେ ଏକ ନଦୀ। ବର୍ଷା ଯୋଗୁଁ ନଦୀରେ ବହୁତ ପାଣି। ପାର ହେବା ଅସମ୍ଭବ। ଗତକାଲି ଅଗଷ୍ଟ ୧୫ ଥିବାରୁ ସ୍କୁଲରେ ଯେମିତି ହେଲେ ସ୍ବାଧୀନତା ଦିବସ ପାଳନ ସହ ଜାତୀୟ ପତାକା ଉଡିବ। ହେଲେ ପ୍ରତିବନ୍ଧକ ସାଜିଥିଲା ନଦୀ ପାଣି। ନଦୀ ପାଖରେ ଶିକ୍ଷକ ଶ୍ରୀ ମଲ୍ଲିକ ପହଞ୍ଚିବା ପରେ ବହୁତ ପାଣି ଦେଖି ସେ ପ୍ରଥମେ ଡରି ଯାଇଥିଲେ। ତାପରେ ଯେମିତି ହେଲେ ସ୍କୁଲରେ ପହଞ୍ଚିବାକୁ ପଡ଼ିବ ଏହିଭଳି ଆଶାବାନ୍ଧି ସେ ଗ୍ରାମବାସୀ ଓ ଅଞ୍ଚଳବାସୀ ପାର ହେଉଥିବା ଲୁହା ତାର ଧରି ନଦୀ ପାର ହୋଇ ସ୍କୁଲରେ ପହଞ୍ଚିଥିଲେ। ସ୍କୁଲରେ ଛାତ୍ରଛାତ୍ରୀଙ୍କ ଗହଣରେ ସ୍ବାଧୀନତା ଦିବସ ପାଳନ କରିବା ସହ ଜାତୀୟ ପତାକା ଉଡ଼ାଇଥିଲେ। ତାପରେ ପୁଣି ସେହି ନଦୀରେ ଲୁହା ତାର ଧରି ପାର ହୋଇ ଫେରିଥିଲେ।

ସମ୍ବନ୍ଧିତ ଖବର