ଭାଷଣ ଦେଉଥିବାବେଳେ ହୃଦଘାତ ହେବାରୁ ଟଳିପଡିଲେ ଶିକ୍ଷକ

ଭୁବନେଶ୍ୱର: ଏମିତି ବି ଆସେ ମୃତ୍ୟୁ | ନିଜ ଦାବି ପୂରଣ ନେଇ ଭାଷଣ ଦେଉଥିବାବେଳେ ଚାଲିଗଲା ଜୀବନ | ଲୋୟର ପିଏମଜିରେ ଭାଷଣ ଦେଲା ବେଳେ ଟଳିପଡିଲେ ଶିକ୍ଷକ । ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ ସଂଘ ସଭାପତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି | ମିଳିଥିବା ସୂଚନା ମୁତାବକ ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ କରାଯାଉଥିଲା | ଏହି ସମୟରେ ଉପସ୍ଥିତ ଶିକ୍ଷକଙ୍କୁ ଭାଷଣ ଦେବାକୁ ମଂଚ ଉପରକୁ ଆସିଥିଲେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ ସଂଘ ସଭାପତି ନିରଞ୍ଜନ ବାରିକ |

ମୟୁରଭଞ୍ଜ ଗୋପବନ୍ଧୁ ନଗରରେ ଶିକ୍ଷକତା କରୁଥିବା ଶିକ୍ଷକଜଣଙ୍କୁ ଏହି ସମୟରେ ହୃଦଘାତ ହୋଇଥିଲା | ଯାହାଫଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା |

Medical News Today

ଅନ୍ୟପଟେ ଏହି ଘଟଣାକୁ ନେଇ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗଭୀର ଦୁଃଖପ୍ରକାଶ କରାଯିବା ସହ ମୃତ ଶିକ୍ଷକଙ୍କ ପରିବାରରୁ ଜଣଙ୍କୁ ଚାକିରି ଏବଂ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଛି | ଉଲ୍ଲେଖଯୋଗ୍ୟ ଥାଉ କି ଓଟିଇଟି ପରୀକ୍ଷାରେ ହୋଇଥିବା ତ୍ରୁଟିକୁ ନେଇ ପୁନଃମୁଲ୍ୟାୟନ ନେଇ ବିକ୍ଷୋଭ କରାଯାଉଥିଲା |

ସମ୍ବନ୍ଧିତ ଖବର