ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ପ୍ରସଙ୍ଗ, ସରକାର ତୁରନ୍ତ ସମାଧାନର ରାସ୍ତା କାଢ଼ନ୍ତୁ : ଧର୍ମେନ୍ଦ୍ର

ଭୁବନେଶ୍ୱର : ଶିକ୍ଷକ ଓ ଅଧ୍ୟାପକଙ୍କ ଚାକିରି ସର୍ତ୍ତାବଳୀ ଓ ଦରମା ନେଇ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରତିକ୍ରିୟା ରଖିଛନ୍ତି। ଟ୍ଵିଟ୍‌ କରି ସେ କହିଛନ୍ତି, ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କୁ ଅଧିକ ଦାୟିତ୍ୱସମ୍ପନ୍ନ ହୋଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା କାଢ଼ିବା ଅତ୍ୟନ୍ତ ଜରୁରୀ। କାରଣ ଓଡ଼ିଶାର ପୁରପଲ୍ଲୀରେ ଆମର ସ୍କୁଲ୍‌, କଲେଜରେ ପଢ଼ୁଥିବା ପିଲାମାନେ ରାଜ୍ୟର ମୂଳ ସମ୍ବଳ। ନୂଆ ଓଡ଼ିଶା ପାଇଁ ନୂଆ ପିଢ଼ିକୁ ଉତ୍ତମ ଶିକ୍ଷା ଓ ଉତ୍ତମ ଦକ୍ଷତା ଆଧାରରେ ହିଁ ଗଢ଼ାଯାଇପାରିବ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶିକ୍ଷକ, ଅଧ୍ୟାପକମାନେ ସେମାନଙ୍କ ଚାକିରି ସର୍ତ୍ତାବଳୀ, ଦରମା ନେଇ ଆନ୍ଦୋଳନ ଓ ଦାବି କରିବା କିଛି ନୂଆ କଥା ନୁହେଁ। ସରକାର ସେମାନଙ୍କ ସହିତ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଆଗେଇ ଆସିବାକୁ କେନ୍ଦ୍ର ମନ୍ତ୍ରୀ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର