ଶିକ୍ଷୟିତ୍ରୀଙ୍କ ଭଉଣୀ ପାଠ ପଢାଇବା ଘଟଣା : ଡିଇଓଙ୍କୁ ତଦନ୍ତ ରିପୋର୍ଟ ମାଗିଲେ ଜିଲ୍ଲାପାଳ

ତୁମୁଡ଼ିବନ୍ଧ : ତୁମୁଡିବନ୍ଧ ଜାତୀୟ ରାଜପଥ ୫୯ କଡରେ ଥିବା ବୁଦୁଲିପଦର ପ୍ରାଥମିକ ବିଦ୍ୟାଳୟରେ ତିନି ଶିକ୍ଷକଙ୍କ ବଦଳରେ ଶିକ୍ଷୟିତ୍ରୀଙ୍କ ଭଉଣୀ ପାଠ ପଢାଉଥିବା ସଂକ୍ରାନ୍ତରେ ‘ସମ୍ବାଦ’ରେ ଗତ ୫ ତାରିଖରେ ରିପୋର୍ଟ ପ୍ରକାଶିତ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ଆଧାର କରି କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ନିରପେକ୍ଷ ତଦନ୍ତ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ବିକାଶ କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଧାନ ତୁମୁଡ଼ିବନ୍ଧ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱରେ ଥିବା ଜଗନ୍ନାଥ ସାହୁଙ୍କୁ ତଦନ୍ତ କରି ୭ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି। ସୂଚନା ଥାଉକି, ବୁଦୁଲିପଦର ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଓ ଦୁଇଜଣ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବା ବେଳେ ପ୍ରଧାନଶିକ୍ଷକ ରାମଚନ୍ଦ୍ର ପାତ୍ର ଏବଂ ଶିକ୍ଷୟିତ୍ରୀ ଶୁଭଶ୍ରୀ ପରମାଣିକ ଅନୁପସ୍ଥିତ ଥିଲେ। ଶିକ୍ଷୟିତ୍ରୀ ଦିପ୍ତୀମୟୀ ବିଶ୍ୱାଳଙ୍କ ଭଉଣୀ ପାଠ ପଢାଉଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର